www.samajalive.in
Sunday, December 14, 2025
23.1 C
Bhubaneswar

ମିଲେଟ୍‌‌ ମିଶନ ପକ୍ଷରୁ କୃଷି ଯନ୍ତ୍ରପାତି ବିତରଣ ଓ ଖାଦ୍ୟ ମେଳା

କେନ୍ଦୁଝରଗଡ଼ : ଓଡିଶା ମିଲେଟ୍‌‌ ମିଶନ ପକ୍ଷରୁ କାର୍ଯ୍ୟକାରୀ ତଥା ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍‌‌) ସହଯୋଗରେ ପରିଚାଳିତ ମିଲେଟ୍‌‌ ଚାଷ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟ ପରିସରରେ ଗୁରୁବାର କୃଷି ଯନ୍ତ୍ରପାତି ବିତରଣ ଓ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ୟ କୃଷି ଅଧିକାରୀ ମିହିର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌‌ଘାଟନ କରିବା ଅବସରରେ ଓଡିଶା ମିଲେଟ୍‌‌ ମିଶନ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମକୁ ଜିଲାର ପ୍ରତ୍ୟେକ ଚାଷୀ ଧାନ ଚାଷ ଭଳି ଦ୍ୱିତୀୟ ଚାଷ ଭାବେ ଗ୍ରହଣ କଲେ ଚାଷୀ ଲାଭାନ୍ୱିତ ହେବାସହ ଆର୍ନ୍ତଜାତୀୟ ମିଲେଟ୍‌‌ ବର୍ଷର ଯଥାର୍ଥତା ପ୍ରତିପାଦିତ ହୋଇପାରିବ ବୋଲି ଉପସ୍ଥିତ ଚାଷୀଙ୍କୁ ଆହ୍ୱାନ ଦେଇଥିଲେ। ଏତଦ୍‌‌ବ୍ୟତୀତ ମା’ମାନେ ଦୈନିକ ମିଲେଟ୍‌‌ ପ୍ରସ୍ତୁତ ଖାଦ୍ୟ ପରିବାରବର୍ଗଙ୍କୁ ପ୍ରଦାନ କଲେ ଏହି ମିଶନ ସଫଳ ସାଧିତ ହୋଇପାରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ  ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ମଲ୍ଲିକ, ଉଦ୍ୟାନ ଉପନିର୍ଦ୍ଦେଶକ ଡ.ଜୟନ୍ତ କୁମାର ନାୟକ, ବିହନ ଏବଂ ପ୍ରାକୃତିକ ବିଶେଷଜ୍ଞ ଏକାଦଶୀ ନନ୍ଦ, ଜିଲା କୃଷି ଅଧିକାରୀ ଗୋକୁଳାନନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇ ଚାଷୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ଉଦ୍‌‌ବୋଧନ ଦେଇଥିଲେ। ଏହି ଅବସରରେ ୧୪ଟି ମାଣ୍ଡିଆ ଗୁଣ୍ଡ ଯନ୍ତ୍ର, ୭ଟି ମାଣ୍ଡିଆ ଅମଳ ଯନ୍ତ୍ର ବିଭିନ୍ନ ବ୍ଲକରୁ ଆସିଥିବା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଥିଲା।

- Advertisement -

ଏଥିସହିତ ମିଲେଟ୍‌‌ ଶସ୍ୟ ପ୍ରସ୍ତୁତ ଖାଦ୍ୟ ମେଳାରେ ବିଭିନ୍ନ ବ୍ଲକରୁ ଆସିଥିବା ୧୦ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଅଂଶଗ୍ରହଣ କରି ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ବାଂଶପାଳ, ସଦର, ହରିଚନ୍ଦନପୁର, ହାଟଡିହି, ଚମ୍ପୁଆ, ଯୋଡା, ଝୁମ୍ପୁରା, ତେଲକୋଇ, ଘଟଗାଁ, ସାହାରପଡା ଓ ପାଟଣା ଆଦି ୧୦ଟି ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା, ମିଲେଟ୍‌‌ ଚାଷୀ, ବ୍ଲକ ସଂଯୋଜକ ପ୍ରମୁଖ ଯୋଗ ଦେଇଥିଲେ। ମଳୟ କୁମାର ଖଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜିଲା କୃଷି ବିଭାଗ ମିଲେଟ୍‌‌ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ସୁମନସ୍ମୀତା ତରାଇ, ରବୀନ୍ଦ୍ର କୁମାର ସାହୁ, ସଞ୍ଜୟ କୁମାର ସାହୁ, ପରମିତା ସୁମନ ସେଠୀ, ତ୍ରିଦେବ ପାଲ, ମନୋରଞ୍ଜନ ନାୟକ, ସୁରଜିତ ଉଦୟ ସିଂହ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories