ବ୍ରାହ୍ମଣୀ ନଦୀର ବନ୍ଧଡିହ ପଞ୍ଚାୟତରେ ଭାଙ୍ଗିଲା ଘେରିବନ୍ଧ, ୪୦ ପରିବାରର ୨୦୦ ଲୋକ ଜଳବନ୍ଦୀ

ବ୍ରହ୍ମବରଦା:ଲଘୁଚାପଜନିତ ବର୍ଷା ବିତ୍ପାତ ପରେ ଏବେ ବନ୍ୟା ଭୟ ଘାରିଛି ଯାଜପୁର ଜିଲାର ନଦୀକୁଳିଆ ପରିବାରକୁ। ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ବନ୍ୟା ଆସିବା ଯୋଗୁଁ ବନ୍ୟା ବିଭୀଷିକାରେ ଘାଣ୍ଟି ହେଉଛନ୍ତି ନଈ କୁଳିଆ। ବ୍ରାହ୍ମଣୀ ନଦୀରେ ବନ୍ୟା ପାଣି ବୃଦ୍ଧି ପାଉଥିବାରୁ ଗୁରୁବାର ବିଭିନ୍ନ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଛି। ବନ୍ଧଡିହ ପଞ୍ଚାୟତରେ ବଣିଆ ସାହି ନିକଟରେ ଗୁରୁବାର ସନ୍ଧ୍ୟା ସମୟରେ ଘେରିବନ୍ଧ ଭାଙ୍ଗିବା ଯୋଗୁଁ ୪୦ଟି ପରିବାରର ୨୦୦ ସରିକି ଲୋକ ଜଳବନ୍ଦୀ ହୋଇଛନ୍ତି।

prayash

ସନ୍ଧ୍ୟା ପ୍ରାୟ ୮.୨୫ ମିନିଟ ସମୟରେ ଗଁା ଲୋକେ ବନ୍ଧ ଆଖପାଖରେ ନଜର ରଖିଥିବା ବେଳେ ବଣିଆ ସାହି ନିକଟରେ ବନ୍ଧରେ ଘଳିଆ ପଡ଼ିଥିବା ଦେଖିବାକୁ ପାଇଥିଲେ। କେହି କିଛି ଉଦ୍ୟମ କରିବା ପୂର୍ବରୁ ବନ୍ଧରୁ ତୀବ୍ର ବେଗରେ ପାଣି ଗଁା ଭିତରକୁ ପଶିଥିଲା। ଫଳରେ ୪୦ଟି ପରିବାର ଏବେ ପାଣିଘେରରେ। ଏନେଇ ଜିଲା ପ୍ରଶାସନ ଓ ଜରୁରୀକାଳୀନ ବିଭାଗ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ବି କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାଯାଇଛି। ତେବେ ବନ୍ୟା ପରିସ୍ଥିତିକୁ ଦେଖି ଗଁାଲୋକେ ଭୟଭୀତ ଥିବା ଜଣାଯାଇଛି।

Comments are closed.