ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଗୁଆଳି ଗୁରୁତର, ବନ ବିଭାଗ ତରଫରୁ ସର୍ଚ୍ଚ ଅପରେସନ ଜାରି

କଣ୍ଟାବାଞ୍ଜି: ରେଞ୍ଜ ଅନ୍ତର୍ଗତ ସେମଲା ଗାଁ ପ୍ଲାଣ୍ଟେନସନ ଅଞ୍ଚଳରେ ବନ କର୍ମଚାରୀମାନଙ୍କ ତରଫରୁ ବଣୁଆ ଦନ୍ତା ହାତୀକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଛି। ସେମେଲା ଅଞ୍ଚଳ ପ୍ଲାଣ୍ଟେସନ ଜଗୁଆଳି ରମେଇ ଭୋଇଙ୍କୁ ଏକ ବଣୁଆ ଦାନ୍ତହାତି ଆକ୍ରମଣ କରିବାରୁ ସେ ଗୁରୁତ୍ତର ଆଘାତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ବଲାଙ୍ଗୀର ବନଖଣ୍ଡ ଅଧିକାରୀ ନୀତିଶ କୁମାର ସୂଚନାଦେଇଛନ୍ତି। ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶ କ୍ରମେ ୨ ଏସିଏଫ ଘନଶ୍ୟାମ ମହନ୍ତ ଓ ଜିତେନ୍ଦ୍ର ସାହୁ ଡ୍ରୋନ କ୍ୟାମେରା ସାହାଯ୍ୟରେ ଦନ୍ତା ହାତୀକୁ ଠାବ କରିଥିଲେ। ହାତୀକୁ ରିଜର୍ଭ ଜଙ୍ଗଲକୁ ଘଡ଼ାଇବାକୁ ସେମାନେ ଉଦ୍ୟମ ଜାରି ରଖିଛନ୍ତି।

prayash

କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା ଓ ମୁରିବାହାଲ ରେଞ୍ଜର ବନ କର୍ମଚାରୀ ସର୍ଚ୍ଚ ଅପରେସନରେ ନିୟୋଜିତ ଅଛନ୍ତି। ବନବିଭାଗ ତରଫରୁ ଆଖ ପାଖ ଗାଁରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ ରହିବାକୁ ପ୍ରଚାର କରାଯାଇଛି। ହାତୀର ଗତିବିଧିକୁ ନେଇ ପ୍ରାୟ ଅଧିକାଂଶ ଗାଁରେ ବିଦ୍ୟୁତ ସଂଯୋଗ ଛିହ୍ନ କରାଯାଇଛି। ଗତକାଲିଠାରୁ ହାତୀ ଲାମ୍ବୀ ଥୁଟା ରିଜର୍ଭ ଜଙ୍ଗଲ ଦେଇ କଣ୍ଟାବାଞ୍ଜି ରେଞ୍ଜ ସେମଲା ଗାଁ ନର୍ସରୀ ଅଞ୍ଚଳରେ ଥିବା ଜଣାପଡିଛି। ମାଲପଡା ମୃତକ ପରିବାରକୁ ବନ ଖଣ୍ଡ ଅଧିକାରୀ ୬୦ହଜାର ଟଙ୍କା କ୍ଷତି ପୂରଣ ମଞ୍ଜୁରକରିଥିବା ବେଳେ, ସରକାରୀ ନିୟମ ଅନୁଯାଇ ଅବଶିଷ୍ଟ ୫ଲକ୍ଷ ୪୦ହଜାର କ୍ଷତି ପୂରଣ ରାଶି ଆବଶ୍ୟକ କାଗଜ ପତ୍ର ପରେ ତତ୍କାଳ ଦିଆଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.