ଘୁଞ୍ଚିଲା ୟୁଜି ଓ ପିଜି ନାମଲେଖା, ଅଗଷ୍ଟ ୫ ପର୍ଯ୍ୟନ୍ତ ରିପୋର୍ଟିଂ କରିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ସଂପ୍ରତି ରାଜ୍ୟର କେତେକ ସ୍ଥାନରେ ବର୍ଷାଜନିତ ଖରାପ ପାଣିପାଗ ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୟୁଜି ଓ ପିଜି ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି। ୟୁଜି ନାମଲେଖା ଓ ଆବେଦନକାରୀଙ୍କ ରିପୋର୍ଟିଂ(ଦ୍ବିତୀୟ ପର୍ଯ୍ୟାୟ ମନୋନୟନ) ଏବଂ ପିଜି(ପ୍ରଥମ ପର୍ଯ୍ୟାୟ ମନୋନୟନ)କୁ ୫ ଅଗଷ୍ଟ ୨୦୨୩(ଶନିବାର)କୁ ଘୁଞ୍ଚାଇ ଦିଆଯାଇଛି। ଆଜି ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ଉପ ନିର୍ଦେଶକ ନିର୍ଦେଶ ଜାରି କରିଛନ୍ତି। ଏଠରେ ସୂଚନା ଯୋଗ୍ୟ ଯେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀମାନେ ନାମଲେଖାଇବା ନିମନ୍ତେ ଜୁଲାଇ ୩୧ରୁ ଅଗଷ୍ଟ ୩ ମଧ୍ୟରେ ରିପୋର୍ଟିଂ କରିବାକୁ କୁହାଯାଇଥିଲା।
Comments are closed.