www.samajalive.in
Monday, December 15, 2025
27.1 C
Bhubaneswar

ଫୁଲୁଛି ସୋନନଦୀ, ନୀଳଗିରିର ଏକାଧିକ ଗାଁ ଜଳବନ୍ଦୀ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିରେ ପ୍ରବାହିତ ହୋଇଥିବା ସୋନ ନଦୀରେ ଜଳସ୍ତର ବୃଦ୍ଧି ପାଇ ଏକାଧିକ ଗାଁ ଜଳବନ୍ଦୀ ହୋଇଛି। ଲଘୁଚାପ ଜନିତ ଲଗାଣ ବର୍ଷାରେ ନୀଳଗିରି ଉପଖଣ୍ଡର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। କାହାଘରେ ପାଣି ପଶି ଯାଇଛି ତ ଆଉ କାହା ଘରେ ଚୁଲି ଚାଉଳ ଭସାଇ ନେଇଛି। ଜଳବନ୍ଦୀରେ ରହି ବିପନ୍ନ ପରିବାର ହାହାକାର ଛାଡ଼ୁଥିବା ବେଳେ ପ୍ରଶାସନ ସେମାନଙ୍କ ପାଖରେ ଅପହଞ୍ଚ ହୋଇପଡ଼ିଛି। ସୋନ ନଦୀ ଫୁଲିବା ଯୋଗୁ ନୀଳଗିରିର ଦ୍ୱୀପ କୁହାଯାଉଥିବା ବାଡ଼ିଆ ଗାଁ ସମେତ କାଠପାଳ, ଜୁଣକୋଇଲି, କରଞ୍ଜିଆ, ଖସାପଡ଼ିଆ, କୋହ୍ଲାପାଳ, ମଛୁଆ ଓ ବେଗୁନିଆର ଏକାଧିକ ଗାଁ ଜଳମଗ୍ନ ହୋଇଛି। ବର୍ଷା ବିତ୍ପାତ ବଢ଼ିଲେ ଅଞ୍ଚଳବାସୀଙ୍କ ଅବସ୍ଥା ଅସମ୍ଭାଳ ହୋଇ ପଡ଼ିବ ବୋଲି କୁହାଯାଉଛି। ସେପଟେ ଔପଦା ବ୍ଲକର କାଣ୍ଡଗରଡ଼ି ପଞ୍ଚାୟତ ଅଧୀନ ହୁଣ୍ଟାପୁର, ବାରୁଦଖାନା, ଦକ୍ଷିଣନରସିଂହପୁର, ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତର ସଅରସାହି ଜଳମଗ୍ନ ହୋଇ ପଡ଼ିଛି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories