ନୀଳଗିରି: ଦିଲ୍ଲୀର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ କାମ କରିବା ବାହାନାରେ ନୀଳଗିରି ଥାନା ଅଞ୍ଚଳର ଜଣେ ଯୁବକ ସେଠାରେ ବିଶ୍ୱାସ ଜନ୍ମାଇ ୪୦ଲକ୍ଷ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଲୁଟ କରି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀ ପୁଲିସ ନୀଳଗିରିରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଈଶ୍ୱରପୁର ଫାଣ୍ଡି ଅଧୀନ ଭୀମେଇ ଗାଁର ଜଗନ୍ନାଥ ମଲିକ ନାମକ ଯୁବକ ଏହି ସ୍ୱର୍ଣ୍ଣ ଅଳଙ୍କାର ଲୁଟ କରିଥିବା ନେଇ ଦିଲ୍ଲୀ ପୁଲିସ ନୀଳଗିରି ଥାନାରେ ଜଣାଇବା ପରେ ସ୍ଥାନୀୟ ପୁଲିସ ସହଯୋଗରେ ଆଜି ଉକ୍ତ ଗାଁରେ ଚଢ଼ଉ କରାଯାଇଥିଲା। ହେଲେ ଅଭିଯୁକ୍ତ ଜଣକ ଘରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି। ସୂଚନା ଯେ, ଉକ୍ତ ଗାଁରେ ପୂର୍ବରୁ ମଧ୍ୟ ବାରମ୍ବାର ଦିଲ୍ଲୀ, ଉତ୍ତରପ୍ରଦେଶର ପୁଲିସ ଚଢ଼ଉ କରି ବହୁ ଚୋରା ସୁନାଗହଣା ଜବତ କରିଥିଲେ।
Popular Categories



