www.samajalive.in
Saturday, December 13, 2025
26.1 C
Bhubaneswar

ଉନ୍ନତ ଗବେଷଣା ଲକ୍ଷ୍ୟ – ୫ ବର୍ଷରେ ଖର୍ଚ୍ଚ ହେବ ୨୧୬ କୋଟି

ଭୁବନେଶ୍ବର: ରାଜ୍ୟରେ ଗବେଷଣା ପରିଦୃଶ୍ୟକୁ ମଜଭୁତ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଯାଉଛି ଚିଫ୍ ମିନିଷ୍ଟର ରିସର୍ଚ୍ଚ ଇନୋଭେସନ୍ ଫେଲୋସିପ୍ ପ୍ରୋଗ୍ରାମ (ସିଏମ୍‌ଆରଆଇଏଫ୍‌ପି)। ବିଶ୍ବବିଦ୍ୟାଳୟରେ ଗବେଷଣାକୁ ଆହୁରି ଉନ୍ନତଧରଣର କରିବାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ୨୦୨୩-୨୪ ଶିକ୍ଷାବର୍ଷରୁ ଏହି ନୂତନ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ପ୍ରଚଳିତ ଓଡ଼ିଶା ବିଶ୍ବବିଦ୍ୟାଳୟ ଅନୁସନ୍ଧାନ ଓ ଇନୋଭେସନ୍ ଇନସେନ୍‌ଟିଭାଇଜେସନ୍ ପ୍ଲାନ୍‌ର ଏହା ଏକ ବର୍ଦ୍ଧିତ ସଂସ୍କରଣ ହେବାକୁ ଯାଉଛି। ଯେଉଁଥିରେ ଗବେଷଣା ପାଇଁ ପାଣ୍ଠି ବୃଦ୍ଧି କରାଯାଇଛି।

ଚିଫ୍ ମିନିଷ୍ଟର ରିସର୍ଚ୍ଚ ଇନୋଭେସନ୍ ଫେଲୋସିପ୍ ପ୍ରୋଗ୍ରାମରେ ସ୍କଲାରମାନଙ୍କୁ ମିଳିବ ଅଧିକ ଅନୁସନ୍ଧାନ ଅନୁକୂଳ ବାତାବରଣ। ମାସିକ ୩୦୦ ରିସର୍ଚ୍ଚ ସ୍କଲାରଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଫେଲୋସିପ୍ ଅନୁଦାନ ମିଳିବ। ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି କରୁଥିବା ସ୍କଲାରଙ୍କୁ ପାଞ୍ଚବର୍ଷ ପାଇଁ ଏହି ସୁବିଧା ମିଳିବ। ପ୍ରତିବର୍ଷ ରିସର୍ଚ୍ଚ ସ୍କଲାର ୫୦ ହଜାର କଣ୍ଟିଜେଣ୍ଟ ଅର୍ଥ ପାଇବେ। ଏଥିସହ ଶ୍ରେଷ୍ଠ ୨୫ ପ୍ରକାଶନ ମାଧ୍ୟମରେ ୫୦ ହଜାରର ପ୍ରକାଶନ ଅନୁଦାନ ସାହାଯ୍ୟ ବି ପ୍ରଦାନ କରିବେ ରାଜ୍ୟ ସରକାର। ଏହି ନୂତନ ଯୋଜନା ପାଇଁ ନେଟ୍ ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ। ସେହିପରି ୬୦ ଜଣ ଅଧ୍ୟାପକ ସିଡ୍ ରିସର୍ଚ୍ଚ ପାଣ୍ଠି ଅନୁଦାନ ଭାବେ ୫୦ ବର୍ଷ ବୟସ ଯାଏ ବିଜ୍ଞାନରେ ବାର୍ଷିକ ୧୦ ଲକ୍ଷ ଓ ସାମାଜିକ ବିଜ୍ଞାନରେ ୭ଲକ୍ଷ ଟଙ୍କା ପାଇବାର ବ୍ୟବସ୍ଥା ରହିଛି। ଏହାସହ ଶ୍ରେଷ୍ଠ ଉତ୍କର୍ଷ କେନ୍ଦ୍ରଙ୍କୁ ମିଳିବ ୩୫ ଲକ୍ଷ ଟଙ୍କା। ସିଏମ୍‌ଆରଆଇଏଫପି ପାଇଁ ଯୋଗ୍ୟ ବିବେଚିତ ହେବାକୁ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକରେ ହେବ କମନ୍ ପିଏଚ୍‌ଡି ପ୍ରବେଶିକା ପରୀକ୍ଷା। ସିଏମଆରଆଇଏଫପି ପାଇଁ ୨୧୬.୪୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଯାହା ୨୦୨୩-୨୪ରୁ ୨୦୨୭-୨୮ ଯାଏଁ ୫ ବର୍ଷରେ ଖର୍ଚ୍ଚ କରାଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories