ଫଟୋଗ୍ରାଫି ନେଲା ଫଟୋଗ୍ରାଫର ଅମିତାଂଶୁଙ୍କ ଜୀବନ !

ନୀଳଗିରି: ଯେଉଁ ଫଟୋଗ୍ରାଫି ସାରା ଦେଶରେ ତାଙ୍କୁ ପରିଚିତ କରାଇଥିଲା, ସେହି ଫଟୋଗ୍ରାଫି ହିଁ ଫଟୋଗ୍ରାଫର ଅମିତାଂଶୁଙ୍କ ଜୀବନ ନେଇଛି। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ ଅଧୀନ ବାଙ୍କିସାହି ଗାଁର ଭାସ୍କର ବେହେରା ଓ ସେବତୀ ବେହେରାଙ୍କ ପୁଅ ଅମିତାଂଶୁ ପିଲାବେଳୁ ସେ ଫଟୋ ଉଠାଇବାରେ ସଉକ ରଖିଥିଲେ। ପାଠପଢ଼ା ସମୟରୁ ସେ ଫଟୋଗ୍ରାଫି ପ୍ରତି ଦୁର୍ବଳତା ରଖିଥିବା ବେଳେ ସୂର୍ଯ୍ୟପରାଗର ଫଟୋ ଉଠାଇ ବେଶ ଚର୍ଚ୍ଚିତ ହୋଇଥିଲେ। ଯାହାକୁ ଫେସବୁକରେ ପୋଷ୍ଟ କରିବା ପରେ ଏହି ଫଟୋ ବିଶ୍ୱସ୍ତରକୁ ପହଞ୍ଚି ଯାଇଥିଲା। ତାଙ୍କ ଭଳି ଲକ୍ଷାଧିକ ଲୋକ ଫଟୋ ପୋଷ୍ଟ କରିଥିଲେ ହେଁ ଭାରତର ଏକମାତ୍ର ଫଟୋଗ୍ରାଫରଭାବେ ତାଙ୍କ ସୋନି ୱାର୍ଲ୍ଡ ଫଟୋଗ୍ରାଫି ସମ୍ମାନ ମିଳିଥିଲା।

prayash

ଏନେଇ ଉକ୍ତ ସଂସ୍ଥାର ସମ୍ପାଦକ ଆନ୍ନା ବୋନିତ ତାଙ୍କୁ ଶୁଭେଛା ଜଣାଇଥିଲେ। ୨୦୨୧ମସିହାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ଦୃଶ୍ୟକୁ ନେଇ ଭୁବନେଶ୍ୱରରେ ଦୁଇଦିନିଆ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଲକ୍ଷାଧିକ ଫଟୋ ରାଜ୍ୟ ପର୍ଯ୍ୟଟନ ବିଭାକୁ ଆସିଥିବା ବେଳେ ତନ୍ମଧ୍ୟରୁ ରାଜ୍ୟର ୧୦୦ଜଣ ପ୍ରତିଯୋଗୀଙ୍କ ଫଟୋକୁ ବିଭାଗ ଗ୍ରହଣ କରି ନିଜ ୱେବ ପୋର୍ଟାଲକୁ ନେଇଥିଲା। ସେଥି ମଧ୍ୟରୁ ଅମିତାଂଶୁଙ୍କୁ ଫଟୋଟି ବେଶ ଚମତ୍କାର ହୋଇଥିଲା। ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ ପଡ଼ିଥିବା ଏକ ଶଙ୍ଖକୁ ଫୋକସ କରି ଆଗରେ ଚାଲୁଥିବା ଦୁଇଜଣ ପର୍ଯ୍ୟଟକଙ୍କ ଝାପସା ଦୃଶ୍ୟ ବେଶ ମନୋରମ ହୋଇଥିଲା । ତେବେ ସେ ଆଜି ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଟୁଙ୍କି ଜଳପ୍ରପାତ ବୁଲିବାକୁ ଯାଇ ଫଟୋ ଉଠାଉଥିବା ସମୟରେ ତାଙ୍କ ଗୋଡ଼ ଖସି ମୃତ୍ୟୁ ଘଟିଛି। ଏନେଇ ନୀଳଗିରିର ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

Comments are closed.