ବଦଳୁଛି କାମ ହେଲେ ବଦଳୁନି ସୂଚନା ଫଳକ

ଝୁମ୍ପୁରା: ଝୁମ୍ପୁରା ବ୍ଲକରେ ଗୋଟାଏ ପରେ ଗୋଟାଏ ମନରେଗା ଯୋଜନାରୁ କାମ ହେଉଛି ସତ କିନ୍ତୁ ମନରେଗା କାମ ପାଇଁ ଥରେ ସୂଚନା ଫଳକ ନିର୍ମାଣ କରାଯିବ ଏବଂ ସେହି ସୂଚନା ଫଳରେ ରହିଥିବା କିନ୍ତୁ କାମ ବଦଳି ବଦଳି ଯାଉଥିବା ଦେଖିବାକୁ ମିଳିଛି ଅସନପାଟ ପଞ୍ଚାୟତରେ। ଆଦିବାସୀ ହରିଜନ ମାନଙ୍କ ବିକାଶ ନିମନ୍ତେ ସରକାର କମ୍ଭିର କାନ୍ଦଣା କାଦିବା ସହିତ ଅସନପାଟ ପଚାୟତର ବସବାସ କରୁଥିବା ଆଦିବାସୀ ମାନଙ୍କ ଆର୍ଥିକ ଅବସ୍ଥାକୁ ସ୍ୱଚ୍ଛଳ କରିବା ପାଇଁ ସରକାର ଅସନପାଟ ପଚାୟତରେ ଜିଲା ଖଣିଜ ପାଣ୍ଠି ଠାରୁ ଆରମ୍ଭ କରି ଓମ୍ବାଡିସି, ଆଇଟିଡିଏ, ମୃତିକା ସରକ୍ଷଣ, ଉଦ୍ୟାନ ବିଭାଗ, କୃଷି ବିଭାଗ, ବ୍ଲକ ପ୍ରଶାସନ ତରଫରୁ ଅସନପାଟ ପଚାୟତକୁ ଗଣ୍ଡା ଗଣ୍ଡା ଯୋଜନା ଆସୁଛି। ସରକାରଙ୍କ ଯୋଜନା ଯୋଜନା ବାଟରେ ଯାଉଛି ଏବଂ ସରକାରୀ ବାବୁ କିଛି ନିର୍ଦ୍ଧିଷ୍ଠ ଠିକାଦାର ମାଲେ ମାଲ ହେଉଥିବା ବେଳେ ଏହି ପଚାୟତର ଗରିବ ଲୋକ ସେହି ଗରିବ ହୋଇରହୁଥିବା ଦେଖିବାକୁ ମିଳୁଛି। ପ୍ରତି ଆର୍ଥିକ ବର୍ଷରେ ଅସନପାଟ ପଚାୟତକୁ ସବୁ ବିଭାଗରୁ ଦୁଇ କୋଟିରୁ ଉଦ୍ଦ୍ୱର୍ ଟଙ୍କା ଆସୁଛି କାମ କରିବା ପାଇଁ ଠିକାଦାର ଏବଂ ଅଫିସର ମାନେ ଲୋକଙ୍କୁ ଭୁଆଁ ବୁଲାଇ କାମ ଆରମ୍ଭ କରି ଦେଉଛନ୍ତି ସତ କିନ୍ତୁ କାମର ଅଗ୍ରଗତି ହେଉନାହିଁ କିମ୍ବା ପଚାୟତର ବିକାଶ ହେଉନାହିଁ ସରକାରୀ ଅର୍ଥ ଚଳ ୁହୋଇଯାଉଛି।

prayash

ଏହି ପଚାୟତର ମୁଣ୍ଡାସାହି ଠାରୁ ଅସନପାଟ ହାଟ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ମନରେଗା ଯୋଜନାରେ ସାମିଲ କରାଯାଇ କାମ ହୋଇଛି। ଏହି ରାସ୍ତାର ଉନ୍ନତି କରଣ ପାଇଁ ମନରେଗା ଯୋଜନାରୁ ଦଶ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇ ଖର୍ଚ୍ଚ ହୋଇଛି। ଏହି ଦଶ ଲକ୍ଷ ଟଙ୍କାରେ ରାସ୍ତାର କି କି କାମ ହେବା ସେ ସମ୍ପର୍କରେ ସୂଚନା ଫଳକରେ କୌଣସି ତଥ୍ୟ ଲିପିବୋଧ କରି ନାହାନ୍ତି। କାମ କରୁଥିବା ଠିକାଦାର ଜଣ କିଛିହାତ ମାଟି ମେଟାଲ ମୋରମ ପକାଇ ଦେଇଛି ଏବଂ କିଛି ଅଂଶ ଖାଲି ନାଲି ମାଟି ପଡିଛି। ରାସ୍ତା କାମ ଅତ୍ୟନ୍ତ ନିମ୍ନ ମାନର ହୋଇଥିବାରୁ ବର୍ତମାନ ରାସ୍ତା କାଦୁଅ ହୋଇଯାଇିଛି ଯାହା ଫଳରେ ଜନସାଧାରଣ ଯାତାୟତ କରିପାରୁ ନାହାନ୍ତି। ସେହିପରି ଏହି କାମ ପାଇଁ ସ୍ୱତନ୍ତ ଭାବରେ ସୂଚନା ଫଳକ ନିର୍ମାଣ କରାଯାଇ ନାହିଁ ପୂର୍ବରୁ ରହିଥିବା ସୂଚନା ଫଳକରେ ରାସ୍ତା ମରାମତିର ଫଳକ ଲେଖା ହୋଇଥିଲା ପରେ ପୋଖରୀ ଉନ୍ନତି କରଣର ଫଳକ ଲେଖା ଗଲା ପୁଣିଥରେ ସେହି ସୂଚନା ଫଳକରେ ରାସ୍ତା ଉନ୍ନତି କରଣ ପାଇଁ ଲେଖା ଯାଇଥିବା ଦେଖିବାକୁ ମିଳିଛି। ରାସ୍ତା କାମ କରୁଥିବା ମେଟ ଜବକାର୍ଡଧାରୀ ଶ୍ରମିକ ମାନଙ୍କୁ କାମରେ ନଲଗାଇ ନିକଟରେ ଥିବା ପୋଖରୀରୁ ମେସିନ ସାହାର୍ଯ୍ୟରେ ମାଟିକୁ ବୋହିଆଣି ରାସ୍ତା ଉପରେ ପକାଇ ଦେଉଛନ୍ତି ଏବଂ ମେଟ ପାଖରେ ବନ୍ଧାଥିବା ଜବକାର୍ଡକୁ କାମ କରୁଥିବା ଦର୍ଶାଇ ଅର୍ଥ ଉଠାଇ ଚାଲିଛନ୍ତି।

ମନରେଗା କାମକୁ ତଦାରଖ କରିବା ପାଇଁ ଜିଆରଏସ୍ ଠାରୁ ଆରମ୍ଭ କରି ବିଏଫଟି, ପିଇଓ, ସରପଞ୍ଚ, କନିଷ୍ଠ ଯନ୍ତ୍ରୀ ,ସହକାରୀ ନିର୍ବାହୀ ଯନ୍ତ୍ରୀ, ଏପିଓ ଏବଂ ବିଡିଓ ରହିଛନ୍ତି। କିନ୍ତୁ ଏହି କାମରେ ବ୍ୟାପକ ଦୁର୍ନୀତି ହୋଇଥିଲେ ମଧ୍ୟ ବ୍ଲକ ପ୍ରଶାସନ କିପରୀ ତଦାରଖ ନକରି ଆଖିବୁଜି ବିଲା ମଞ୍ଜୁର କରୁଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଉଛି। ମନରେଗା ଯୋଜନାରେ ଅସନପାଟ ପଚାୟତରେ ବ୍ୟାପକ ଦୁର୍ନତୀ ହୋଇଥିବା ସମ୍ପର୍କରେ ଜିଲାପାଳଙ୍କ ଠାରେ ଲିଖିତ ଅଭିଯୋଗ ହେବା ପରେ ଝୁମ୍ପୁରା ବିଡିଓ ଲୋକ ଦେଖାଣିଆଁ ମନରେଗା କାମ ଗୁଡିକର ସମୀକ୍ଷା କଲେ ସତ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାଯାଇଛି। ଜିଆରଏସ୍ ଠାରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ମନରେଗା କାମରେ ହେଉଥିବା ଦିର୍ନତୀକୁ ଅଧିକ ପ୍ରଶୟ ଦେଉଥିବାରୁ ସରକାରଙ୍କ ମନରେଗା ଯୋଜନା ଦିନକୁ ଦିନ ଅସନପାଟ ପଚାୟତରେ ଦିଗହରା ହେବାକୁ ଯାଉଛି।

Comments are closed.