www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ବି ହୋଇପାରିଲାନି ବନକଲାଗି ନୀତି, ୨୮ରେ ବସିବ ନୀତି ସବ-କମିଟି ବୈଠକ

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ଶ୍ରୀମୁଖ ସିଂହାର ବିବାଦ ଯୋଗୁ ଆଜି ମଧ୍ୟ ହୋଇ ବନକ ଲାଗି ନୀତି ହୋଇପାରି ନାହିଁ। ଏହି ବିବାଦରେ ସମାଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ସବ କମିଟିର ଜରୁରୀ ବୈଠକ ଡକାଯାଇଛି। ମହାପ୍ରଭୁଙ୍କ ବନକଲାଗି ବିବାଦର ସମାଧାନ ପାଇଁ ଜୁଲାଇ ୨୮ରେ ବସିବ ନୀତି ସବ-କମିଟି ବୈଠକ। ଏହି ବୈଠକରେ କେଉଁ ଦିନ ବନକଲାଗି ନୀତି ହୋଇପାରେ ତାହା ନିଷ୍ପତ୍ତି ନିଆଯିବ। ଏହାସିହତ ଏହି ବୈଠକରେ ଦତ୍ତ ମହାପାତ୍ର ସେବକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସମ୍ଭାବନା ରହିଛି ବୋଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ଗତକାଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ବନକଲାଗି ପାଇଁ ଦତ୍ତମହାପାତ୍ର ନିଯୋଗକୁ ନିର୍ଦେଶ ଜାରି କରାଯାଇଥିଲା। ନିର୍ଦେଶକୁ ଅବମାନନା କଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ବାଧ୍ୟ ହେବ କହିଥିଲା।
ମହାପ୍ରଭୁଙ୍କ ବନକଲାଗି ନୀତି ଦୀର୍ଘ ବର୍ଷ ହେଲା ବୁଧବାର ହେଉଛି । ଚଳିତବର୍ଷ ରଥଯାତ୍ରା ପରେ ନିର୍ଦ୍ଧାରିତ ବୁଧବାର ଜୁଲାଇ ୧୨ତାରିଖରେ ବନକଲାଗି ନୀତି ନକରିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ୧୮ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସେବକମାନଙ୍କ ସହ ଦତ୍ତ ମହାପାତ୍ର ନିଯୋଗ ମଧ୍ୟ ଉପସ୍ଥିତ ଥିଲେ। ବୁଧବାର ବନକଲାଗି ପାଇଁ ଉପଯୁକ୍ତ ଦିନ ବୋଲି ବୈଠକରେ ନିର୍ଦ୍ଧାରଣ ହୋଇଥିଲା। ମାତ୍ର ଦତ୍ତ ମହାପାତ୍ର ନିଯୋଗ ଏହା ସମ୍ପାଦନ କରି ନଥିଲେ। ତେଣୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ଦତ୍ତ ମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories