ତେଲେଣ୍ଡା ଠାରେ ମେଗା ସ୍ୱାସ୍ଥ୍ୟ ଶିବିର

ବୀରମହାରାଜପୁର : କଟକ ସାମନ୍ତସାହି କେନାଲ ରୋଡ ସ୍ଥିତ ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୪୭ତମ ମେଗା ସ୍ୱାସ୍ଥ୍ୟ ଶିବିର ରବିବାର ସୁବର୍ଣ୍ଣପୁର ଜିଲ୍ଲା ନିମ୍ନା ପଞ୍ଚାୟତ ଅନ୍ତର୍ଗତ ତେଲେଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ, ସମ୍ବଲପୁର, ବୁର୍ଲା, ବଲାଙ୍ଗୀର, ସୋନପୁରରୁ ୧୯ ଜଣ ବିଶେଷଜ୍ଞ ଡାକ୍ତର ଓ ସୁପରସ୍ପେଶାଲିଷ୍ଟ ଡାକ୍ତର ଉପସ୍ଥିତ ରହି ୧୧୨୩ରୁ ଉର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା କରିଥିଲେ । ଏଥିସହ ବିଭିନ୍ନ ରୋଗୀଙ୍କ ରକ୍ତ ନମୂନା, ଫୁସ୍‌ଫୁସ୍ ଓ ଇସିଜି ପରୀକ୍ଷା କରାଯାଇଥିଲା । ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୧୫୬ ଜଣଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଥିଲା । ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ଓ ଖାଦ୍ୟ ପ୍ରଦାନ କରାଯାଇଥିଲା ।

prayash

ଶିବିରକୁ ମିଳିତ ଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ସମ୍ବଲପୁରର ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା, ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବୀରମହାରାଜପୁର ଉପଜିଲାପାଳ ଅଶୋକ ଭୋଇଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଟ୍ରଷ୍ଟର ମୁଖ୍ୟ ପରାମର୍ଶଦାତା ତଥା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଦତ୍ତେଶ୍ୱର ହୋତା, ଟ୍ରଷ୍ଟର ଅଧ୍ୟକ୍ଷ ଗୋଧନେଶ୍ୱର ହୋତା, ସଂପାଦକ ରାଜେଶ୍ୱର ହୋତା ପ୍ରମୁଖ ଶିବିର ପରିଚାଳନା କରିଥିଲେ। ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀମାନେ ଏଥିରେ ସହଯୋଗ କରିଥିଲେ। ୨୦୦୪ ମସିହାରୁ ରାଜ୍ୟର ବିଭିନ୍ନ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଏଭଳି ମେଗା ସ୍ୱାସ୍ଥ୍ୟସେବା ଶିବିର କରାଯାଇ ଆସୁଥିବାବେଳେ ଲୋକଙ୍କୁ ମାଗଣାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଏହାର ଲକ୍ଷ୍ୟ ବୋଲି ପ୍ରଫେସର ଡାକ୍ତର ହୋତା ପ୍ରକାଶ କରିଛନ୍ତି।

kalyan agarbati

Comments are closed.