www.samajalive.in
Monday, December 15, 2025
24.1 C
Bhubaneswar

୫-ଟି ବିଦ୍ୟାଳୟରୁ ଖସିଲା ପ୍ଲାଷ୍ଟର, ଶିକ୍ଷୟିତ୍ରୀ ଓ ସିଆର୍‌ସିସି ଆହତ

ଅସ୍ତରଙ୍ଗ(ନି.ପ୍ର)/ଜାହାନିଆଁ: ପୁରୀଜିଲା ଅସ୍ତରଙ୍ଗ ବ୍ଲକ୍ ତାଳଦା ପଢ଼ିଆରୀ ବିଦ୍ୟାପୀଠର ୫-ଟି ରୂପାନ୍ତରିତ କାର୍ଯ୍ୟ କେତେ ନିମ୍ନମାନର ତାହା ବୁଧବାର ସ୍ପଷ୍ଟ ହୋଇଛି। ଅଫିସ ଗୃହରୁ ପ୍ଲାଷ୍ଟର ଖସି ଜଣେ ଶିକ୍ଷୟିତ୍ରୀ ଓ ସିଆର୍‌ସିସିଙ୍କ ମୁଣ୍ଡ ଫାଟି ରକ୍ତରେ ଜୁଡୁବୁଡୁ ହେବା ଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଆହତ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି ଓ ସିଆର୍‌ସିସି ତ୍ରିଲୋଚନ ବେହେରା ଏବେ ଚିକିତ୍ସିତ ହେଉଛନ୍ତି।

ପରବର୍ତ୍ତୀ ସମ୍ବାଦ ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁhttps://samajalive.in/monsoon-session-of-parliament-4/483150.html

- Advertisement -

ତାଳଦା ପଞ୍ଚାୟତ ଏଡ଼ବାଂଶ ପଢ଼ିଆରୀ ବିଦ୍ୟାପୀଠରେ ବୁଧବାର କ୍ଲଷ୍ଟରସ୍ତରୀୟ ଏକ ସଭା ହେବାକୁ ସ୍ଥିର ହୋଇଥିଲା। ମଧ୍ୟାହ୍ନ ଭୋଜନ ପରେ ସିଆର୍‌ସିସି ତ୍ରିଲୋଚନ ବେହେରା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଡାକିଥିଲେ। ଶ୍ରୀ ବେହେରା ଓ ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି ଅଫିସରେ ବସିଥିଲେ। ଏହି ସମୟରେ କାର୍ଯ୍ୟାଳୟ ଘର ସିଲିଂରୁ ହଠାତ୍ ପ୍ଲାଷ୍ଟର ଖସିଥିଲା। ଏଥିରେ ସିଆର୍‌ସିସି ଓ ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଫାଟି ଯାଇଥିଲା। ଖବର ପାଇ ଅନ୍ୟ ଶିକ୍ଷକ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜଗତସିଂହପୁର ଜିଲା ମାଛଗାଁରେ ଥିବା ଏକ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଶିକ୍ଷୟିତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ଓ ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ଆହତ ସିଆର୍‌ସିସି ଶ୍ରୀ ବେହେରାଙ୍କୁ ଯୋଗାଯୋଗ କରିବାରୁ ଆମେ ଅଳ୍ପକେ ବଞ୍ଚିଗଲୁ, କିନ୍ତୁ ଶିକ୍ଷୟିତ୍ରୀ ଗୁରୁତର ଥିବା ସେ ସୂଚନା ଦେଇଛନ୍ତି।

ଖବର ଅନୁସାରେ, ୫-ଟି ଯୋଜନାରେ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ବ୍ଲକ ପ୍ରଶାସନ ଦାୟିତ୍ୱରେ ଥିଲା। ସେ ସମୟରେ କାର୍ଯ୍ୟ ନିମ୍ନମାନର ହେବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ଆଭାସି ମାଧ୍ୟମରେ ତରବରିଆ ଭାବେ ଉଦ୍‌ଘାଟନ କରାଯାଇଥିଲା। ତଥାପି ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗକୁ କେହି ଶୁଣି ନ ଥିଲେ ବରଂ ଯେନତେନ ଭାବେ କାର୍ଯ୍ୟ ସମ୍ପନ୍ନ କରି ଅଧିକାରୀ ଓ ଠିକାଦାର ବିଲ୍ କରି ନେଇଥିଲେ। ଏହି ଘଟଣା ପରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଅନ୍ୟ କୋଠରୀକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ସେଠାରେ ଛାତ୍ରଛାତ୍ରୀ ପଢିବା ସୁରକ୍ଷିତ ନୁହେଁ ବୋଲି ସ୍ଥାନୀୟ କିଛି ଅଭିଭାବକ କହୁଛନ୍ତି। ଘଟଣାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ଏଭଳି ଦୁର୍ଘଟଣା ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ ଉଠିଛି। ଘଟଣାରେ କାମ କରୁଥିବା ସମ୍ପୃକ୍ତ ଠିକାଦାର, କନିଷ୍ଠ ଯନ୍ତ୍ରୀ, ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ସମସ୍ତେ ଦାୟୀ କରିବା ସହିତ କଡ଼‌ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories