ଦେଶର ଉନ୍ନତି ଓ ଯୁବପିଢ଼ିଙ୍କୁ କର୍ମ କ୍ଷେତ୍ରରେ ଆଗେଇ ନେବା ଦକ୍ଷତା ବିକାଶର ଉଦେଶ୍ୟ

ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

ଭୁବନେଶ୍ୱର : ଯୁବ ପିଢ଼ିଙ୍କୁ ପରିବର୍ତ୍ତନଶୀଳ ଭୟଵିଷ୍ୟତ ପାଇଁ ପ୍ରସ୍ତୁତ କରିବାର ପ୍ରତିବଦ୍ଧତା ଦର୍ଶାଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥିତ ୟୁଇସିଏଚ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ରଖ ଯାଇଥିଲା।

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମଟିକୁ ଉଦଘାଟନ କରିଥିଲେ ଏବଂ ଯୁବ ପିଢ଼ିଙ୍କ ନିଯୁକ୍ତି ଓ ଆତ୍ମନିଯୁକ୍ତି ବଢ଼ିବାରେ ଏହି ପ୍ରକାର ଆୟୋଜନର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ଦିବସର ମୂଳ ଲକ୍ଷ୍ୟ ଯୁବପିଢ଼ିଙ୍କ ମଧ୍ୟରେ ବେରୋଜଗାରୀ ଦୂର ତଥା ସେମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ଆଣିବା ଅନ୍ୟତମ ପ୍ରଚେଷ୍ଟା ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ବିଶ୍ୱ ବ୍ୟାପି ରୋଜଗାରୀ ଓ ନିମ୍ନଗାମୀ ନିଯୁକ୍ତି ହାରକୁ ନେଇ ଉଦବେଗ ପ୍ରକାଶ କରିବା ସହିତ କୁଳପତି ପ୍ରଫେସର ଆଚାର୍ଯ୍ୟ ପୁଣି କହିଥିଲେ ଯେ ଯୁବପିଢ଼ିଙ୍କୁ ରୋଜଗାର ଯୋଗାଇବା ଓ ସ୍ୱାବଲମ୍ବନ କରିବା, ଦେଶର ଉନ୍ନତି କରିବା ଓ ଯୁବ ପିଢ଼ିଙ୍କୁ କର୍ମ କ୍ଷେତ୍ରରେ ଆଗେଇ ନେବା ଦକ୍ଷତା ବିକାଶର ଉଦେଶ୍ୟ ବୋଲି କହିଥିଲେ।

prayash

ରାଷ୍ଟ୍ରୀୟ ଉଚ୍ଚତ୍ତୋର ଶିକ୍ଷା ଅଭିଯାନ ଅଧିକାରରେ ଥିବା ଉତ୍କଳ ଏଣ୍ଟରପ୍ରେନିୟର ଏଣ୍ଡ କାରୀଏର ହବ (ୟୁଇସିଏଚ) ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ମାଧ୍ୟମରେ ଛାତ୍ର ଛାତ୍ରୀମାନଙ୍କୁ ଦକ୍ଷତା ବିକାଶ ଦିଗରେ ପ୍ରୋତ୍ସାହନ ଯୋଗାଇ ଆସୁଅଛି। ଏହି ଦିବସରେ ପାଳନ ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ନାଲକୋର ପୂର୍ବତନ ମାନବ ସମ୍ବଳ ନିର୍ଦେଶକ ଡ.ଅଶୋକ କୁମାର ସାହୁ , ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ନବନିତା ରଥ, ରାଷ୍ଟ୍ରୀୟ ଉଚ୍ଚତ୍ତୋର ଶିକ୍ଷା ଅଭିଯାନ ସଂଯୋଜକ ପ୍ରଫେସର ସୁଶାନ୍ତ କୁମାର ବଡ଼ମାଳି ଓ ୟୁଇସିଏଚ ର ନିର୍ଦେଶକ ପ୍ରଫେସର ଅବିଦ ଅଲି ଖାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପ୍ରୋଗ୍ରାମ ମ୍ୟାନେଜେର ଅନନ୍ୟା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଚଳିତ ବର୍ଷ ପାଇଁ ଜାତିସଂଘ ବିଶ୍ୱ ଯୁବ ଦକ୍ଷତା ଦିବସ ୨୦୨୩ ର ବିଷୟବସ୍ତୁ ହେଉଛି ଏକ ପରିବର୍ତ୍ତନଶୀଳ ଭବିଷ୍ୟତ ପାଇଁ ଶିକ୍ଷକ, ପ୍ରଶିକ୍ଷକ ଏବଂ ଯୁବକମାନଙ୍କୁ ଦକ୍ଷ କରିବା। ଯୁବକମାନେ ଶ୍ରମ ବଜାରକୁ ଯିବା ଏବଂ ସେମାନଙ୍କ ସମ୍ପ୍ରଦାୟ ଏବଂ ସମାଜରେ ସକ୍ରିୟ ଭାବରେ ଜଡିତ ହେବା ପାଇଁ ଦକ୍ଷତା ପ୍ରଦାନ କରିବାରେ ଶିକ୍ଷକ, ପ୍ରଶିକ୍ଷକ ଏବଂ ଅନ୍ୟ ଶିକ୍ଷାବିତ୍ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକିତ କରନ୍ତି। ଡିସେମ୍ବର ୨୦୧୪ ରେ, ମିଳିତ ଜାତିସଂଘର ସାଧାରଣ ସଭା ୧୫ ଜୁଲାଇକୁ ବିଶ୍ୱ ଯୁବ ଦକ୍ଷତା ଦିବସ ଭାବରେ ଘୋଷଣା କରି ଏକ ସଂକଳ୍ପ ଗ୍ରହଣ କଲା। ବେରୋଜଗାର ତଥା ଚାକିରୀ ଅଧୀନରେ ଥିବା ଅହ୍ବାନର ମୁକାବିଲା କରିବାର ମାଧ୍ୟମ ଭାବରେ ଆଜିର ଯୁବ ପିଢ଼ିଙ୍କ ପାଇଁ ଉନ୍ନତ ସାମାଜିକ-ଅର୍ଥନୈତିକ ଅବସ୍ଥା ହାସଲ କରିବାର ଲକ୍ଷ୍ୟ ରହିଥାଏ।

kalyan agarbati

Comments are closed.