www.samajalive.in
Sunday, December 7, 2025
18.1 C
Bhubaneswar

କରଜ ସମସ୍ୟା ଲାଗି ରହୁଥିଲେ, ବଦଳାନ୍ତୁ ଏହି ଅଭ୍ୟାସ..

ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି। ଏହି ନିୟମର ପାଳନ କରିବା ଦ୍ୱାରା ଘରେ ଓ ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ। ସେହି ନିୟମକୁ ଅଣଦେଖା କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା ସେଭଳି କିଛି ନିୟମ ବିଷୟରେ ଯାହାର ପାଳନ ନକରିବା ଦ୍ୱାରା କରଜ ଓ ଆର୍ଥିକ ସମସ୍ୟା ଲାଗି ରହିଥାଏ। ଜାଣନ୍ତୁ..
ଘରକୁ ସର୍ବଦା ସଫାସୁତୁରା ରଖନ୍ତୁ। ଘର ସଫା ସୁତୁରା ନରହିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି। ଘରର ପ୍ରବେଶ ଦ୍ୱାର ନିକଟରେ ଅଳିଆ ଆବର୍ଜନା ପକାନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଟଙ୍କାର ଅଭାବ ଓ କରଜ ସମସ୍ୟା ଲାଗି ରହିଥାଏ।
ବିଛଣା କିମ୍ବା ଖଟରେ ବସି ଭୋଜନ କରିବାର ଅଭ୍ୟାସ ଅର୍ଥହାନୀର ମୁଖ୍ୟ କାରଣ। ଏହି ଅଭ୍ୟାସ ଥିଲେ ତୁରନ୍ତ ବଦଳାଇ ଦିଅନ୍ତୁ। ଏହି ଅଭ୍ୟାସ ଦ୍ୱାରା ଘରେ ଦରିଦ୍ରତା ଆସିଥାଏ। ଘରୁ ସୁଖ ସମୃଦ୍ଧି ପଳାଇଥାଏ।
ରାତିରେ ଭୋଜନ କରିବା ପରେ କଦାପି ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ। କିମ୍ବା ରୋଷେଇ ଘରକୁ ଅପରିଷ୍କାର ରଖନ୍ତୁ ନାହିଁ। ଶୋଇବା ପୂର୍ବରୁ ଗାଧୁଆ ଘରେ ଖାଲି ବାଲତି ରଖନ୍ତୁ ନାହିଁ। ପାଣି ଭର୍ତ୍ତି କରି ରଖନ୍ତୁ। ନଚେତ୍‌‌ ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ।
ସନ୍ଧ୍ୟା ସମୟରେ କଦାପି ଅନ୍ୟକୁ କ୍ଷୀର, ଲୁଣ କିମ୍ବା ଦହି ଦିଅନ୍ତୁ ନାହିଁ। ଏହାଦ୍ୱାରା ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ। ସନ୍ଧ୍ୟା ସମୟରେ ତୁଳସୀଙ୍କ ନିକଟରେ ଦୀପ ଲଗାନ୍ତୁ। ଏହାଦ୍ୱାରା ଘରେ ସର୍ବଦା ମା’ଲକ୍ଷ୍ମୀଙ୍କ ବାସ ରହିଥାଏ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories