www.samajalive.in
Saturday, December 6, 2025
23.1 C
Bhubaneswar

ଏହି ସାତଟି ଉପାୟ ଦେବ କରଜରୁ ମୁକ୍ତି

ସଭିଏଁ ନିଜ ପରିବାର ପାଇଁ ତଥା ନିଜ ପାଇଁ ପରିଶ୍ରମ କରି ଟଙ୍କା ରୋଜଗାର କରିଥାଆନ୍ତି। ଘରେ ସୁଖସମୃଦ୍ଧି ପାଇଁ ସର୍ବଦା ଚେଷ୍ଟା କରିଥାଆନ୍ତି। ମାତ୍ର କେତେକ ସମୟରେ ଅଧିକ ପରିଶ୍ରମ ପରେ ମଧ୍ୟ ଆର୍ଥିକ ସମସ୍ୟା ଲାଗି ରହିଥାଏ। ଅଭାବ ଲାଗି ରହିଥାଏ। ଅଯଥାରେ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ। ଏହାସହ କରଜ ସମସ୍ୟା ଲାଗି ରହିଥାଏ। କିଛି ବାସ୍ତୁ ଦୋଷ କାରଣରୁ ଏହି ସମସ୍ୟା ଲାଗି ରହିଥାଏ। ଶାସ୍ତ୍ରରେ ଏଭଳି କିଛି ସରଳ ଉପାୟ ବର୍ଣ୍ଣନା କରାଯାଇଛି, ଯାହାକୁ ପାଳନ କରିବା ଦ୍ୱାରା କରଜରୁ ମୁକ୍ତି ମିଳିବା ସହ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇନଥାଏ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, କରଜ ସମସ୍ୟା ଲାଗି ରହୁଥିଲେ, ଏଥିରୁ ମୁକ୍ତି ପାଇଁ ମଙ୍ଗଳବାର ଖୁବ ଫଳପ୍ରଦ। ମଙ୍ଗଳବାର ଦିନ କରଜ ଆଣିଥିବା ବ୍ୟକ୍ତିଙ୍କୁ ଟଙ୍କା ଫେରାନ୍ତୁ। ଏହାଦ୍ୱାରା ଖୁବ ଶୁଭଫଳ ମିଳିଥାଏ।
ଘରର ଗାଧୁଆଘର ସଠିକ ଦିଗରେ ହେବା ନିତାନ୍ତ ଆବଶ୍ୟକ। ଘରର ଗାଧୁଆଘର କଦାପି ଦକ୍ଷିଣ-ପଶ୍ଚିମ ଦିଗରେ କରନ୍ତୁ ନାହିଁ। ଏହାଦ୍ୱାରା କରଜ ସମସ୍ୟା ଲାଗି ରହିଥାଏ।
ବାସ୍ତୁ ଅନୁଯାୟୀ, ଆର୍ଥିକ ସମସ୍ୟା ଦୂର ପାଇଁ ଘରେ କିମ୍ବା ବ୍ୟବସାୟ କ୍ଷେତ୍ରରେ ଉତ୍ତର ଦିଗରେ ମା’ଲକ୍ଷ୍ମୀ ଓ କୁବେରଙ୍କ ମୂର୍ତ୍ତି ରଖି ପୂଜା କରନ୍ତୁ। ଖୁବ ଶୀଘ୍ର କରଜରୁ ମୁକ୍ତି ମିଳିବ।
ବାସ୍ତୁ ଅନୁଯାୟୀ , ଘରର ଆଲମିରା କରଜରୁ ମୁକ୍ତି ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ଏହାକୁ ସର୍ବଦା ଉତ୍ତର ଦିଗରେ ହିଁ ରଖନ୍ତୁ।
ଘରର କିମ୍ବା ବ୍ୟବସାୟ କ୍ଷେତ୍ରରେ କାନ୍ଥ କଦାପି ଗାଢ ନୀଳ ରଙ୍ଗର କରନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ସହ କରଜ ସମସ୍ୟା ଲାଗି ରହିଥାଏ।
ଖାଦ୍ୟ ସେବନ ପରେ ତୁରନ୍ତ ଅଇଁଠା ଉଠାଇବା ସହ ଏହି ବାସନକୁ ମାଜି ଦିଅନ୍ତୁ। ଅଇଁଠା ବାସନ ଆଦୌ ଅଧିକ ସମୟ ଯାଏଁ ପକାଇ ରଖନ୍ତୁ ନାହିଁ। ରୋଷେଇ ଘରେ ବାସନ ପକାଇ ରଖିବା ଦ୍ୱାରା କରଜ ସମସ୍ୟା ଲାଗି ରହିଥାଏ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories