ବଙ୍ଗୋମୁଣ୍ଡା:ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଝଲପ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଶିଶୁ ପୁତ୍ରର ଜୀବନ ଚାଲି ଯାଇଥିବା ବେଳେ ବାପା ଗୁରୁତର ଅଛନ୍ତି। ବାପ ପୁଅ ଦୁଇ ଜଣ ହେଲେ ଗୌଡତଲା ଗ୍ରାମର ବିଘ୍ନରାଜ ସାହୁ(୨୮) ଓ ତାଙ୍କ ପୁଅ ପ୍ରଭାସ ସାହୁ(୩) । ସୂଚନା ଅନୁସାରେ, ବାପ ପୁଅ ଦୁଇ ଜଣ ଏକ ବାଇକ ଯୋଗେ ମାମୁଁ ଘରୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ସହ ଧକ୍କା ହୋଇଥିଲେ । ଫଳରେ ଘଟଣାସ୍ଥଳରେ ପୁଅ ପ୍ରଭାସର ମୃତ୍ୟୁ ହୋଇଥିବା ବେଳେ ବାପା ବିଘ୍ନରାଜଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ଆଣିଥିଲେ । ପରେ ଡାକ୍ତର ଉଚ୍ଚସ୍ତରୀୟ ଚିକିତ୍ସା ପାଇଁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।
Popular Categories



