ଲଖନଉ : ମଥୁରାରେ ସ୍ଥିତ ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ଗୁରୁବାର ସକାଳ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁରେ ଦୁଇ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହା ସହ ୨ ଜଣ ଯୁବକ ଗୁରୁତର ଆହତ ହେବା ସହ ଅନ୍ୟ କେତେକ ଆହତ ହୋଇଛନ୍ତି। ସଭିଁଙ୍କୁ ଉଦ୍ଧାର କରାଯାଇ ଆଗ୍ରାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇବା ମାତ୍ରେ ଦମକଳ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତିନି ମହଲା ବିଶିଷ୍ଟ ଏହି ହୋଟେଲର ପ୍ରଥମ ମହଲାରେ ଭୋର ୫ଟା ସମୟରେ ନିଆଁ ଲାଗିଥିଲା। ନିଆଁ ଲାଗିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ହୋଟେଲରେ ଥିବା ଗୋଦାମରେ ପ୍ରଥମେ ନିଆଁ ଲାଗିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ନିଆଁ ତୁରନ୍ତ ବ୍ୟାପିବା ପରେ ଲୋକଙ୍କ ଚିତ୍କାର ଶୁଣା ଯାଇଥିଲା। ଏହାପରେ ହୋଟେଲରେ ଥିବା ସଭିଁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା। ମାତ୍ର ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ସହ ୨ ଜଣଙ୍କର ମୃତ୍ୟୁ ହୋଇଥିଲା।
Popular Categories



