ଶାସ୍ତ୍ରରେ ଧନର ଦେବୀ ଲକ୍ଷ୍ମୀ ଓ ଧନର ଦେବତା କୁବେରଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯେଉଁ ଘରେ ମା’ଲକ୍ଷ୍ମୀ ଓ କୁବେରଙ୍କ ଆଶୀର୍ବାଦ ରହିଥାଏ,ସେମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇନଥାଆନ୍ତି।
ମାନ୍ୟତା ଅନୁଯାୟୀ ଘରର ଉତ୍ତର ଦିଗରେ ଧନର ଦେବତା କୁବେର ବାସ କରିଥାଆନ୍ତି। କୁବେରଙ୍କ କୃପା ପ୍ରାପ୍ତି ହେବା ଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ। କୁବେରଙ୍କୁ ପ୍ରସନ୍ନ କରିବା ପାଇଁ କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ।
ବାସ୍ତୁ ଅନୁଯାୟୀ, ଘରର ଉତ୍ତର ଦିଗରେ କୁବେର ଦେବତାଙ୍କ ବାସ ରହିଥାଏ। ଘରକୁ ବାସ୍ତୁ ଦୋଷରୁ ରକ୍ଷା କରିବାକୁ ଘରର ଉତ୍ତର ଦିଗରେ କୁବେର ଯନ୍ତ୍ର ଲଗାନ୍ତୁ। ଏହାସହ ଏକ ଗୋମତୀ ଚକ୍ରକୁ ଲାଲ ରଙ୍ଗ କପଡାରେ ବାନ୍ଧି ରଖିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଆଲମିରାକୁ ଏପରି ରଖନ୍ତୁ,ଯେପରି ଏହାର କବାଟ ଉତ୍ତର ଆଡକୁ ଖୋଲିବ। ଏହାଦ୍ୱାରା ମା’ଲକ୍ଷ୍ମୀ ଓ କୁବେରଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।
ବାସ୍ତୁରେ ଧାତୁ କଇଁଛକୁ ବହୁତ ଶୁଭ ବୋଲି କୁହାଯାଏ। ଏହାକୁ ରଖିବା ପାଇଁ ଘରର ଉତ୍ତର ଦିଗ ଖୁବ ଶୁଭ। ଏହି ଉପାୟ କରିବା ଦ୍ୱାରା କୁବେର ଦେବତାଙ୍କ ଆଶୀର୍ବାଦ ମିଳିଥାଏ। ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ। ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ।
ଶାସ୍ତ୍ର ଅନୁଯାୟୀ, ଘରକୁ ସଫାସୁତୁରା ରଖିବା ଦ୍ୱାରା ସକରାତ୍ମକ ଶକ୍ତି ଗୃହରେ ପ୍ରବେଶ କରିଥାଏ। ବାସ୍ତୁ ଅନୁଯାୟୀ, ଘରର ଉତ୍ତର ଦିଗରେ ଆକ୍ୱାରିୟମ୍ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ କୁବେରଙ୍କ ଆଶୀର୍ବାଦ ମିଳିଥାଏ।
ବାସ୍ତୁ : ଏହି ଉପାୟରେ ଆଲମିରାରୁ ଆଉ ଖାଲି ହେବ ନାହିଁ ଟଙ୍କା
Popular Categories



