ଭାରତରେ ଆଇଫୋନ୍‌ ନିର୍ମାଣ କରିବ ଟାଟା ଗ୍ରୁପ୍‌

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ ଭାରତରେ ଆଇଫୋନ୍ ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି। ଏ ନେଇ ଆପଲ ସହ ଟାଟା ଗ୍ରୁପର ଚୁକ୍ତି ସ୍ବାକ୍ଷର ହୋଇଛି। ଟାଟା ଗ୍ରୁପ୍ ଆଇଫୋନ୍ ନିର୍ମାଣ କଲେ ଭାରତୀୟ ବଜାରରେ ଏହାର ମୂଲ୍ୟ କମ୍ ରହିବ। ଚଳିତବର୍ଷ ଆପଲ ଆଇଫୋନର ୧୫ତମ ସିରିଜ ବଜାର ପ୍ରବେଶ କରିବାକୁ ଯାଉଛି। ଆଇଫୋନ୍ ୧୫ ଓ ୧୫ ପ୍ଲସର ୫ ପ୍ରତିଶତ ଫୋନ୍ ଟାଟା ନିର୍ମାଣ କରିବ ବୋଲି ଜଣାପଡ଼ିଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ଏହା ଭାରତରେ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଟାଟା ଗ୍ରୁପ୍‌ ତାମିଲନାଡ଼ୁରେ ୧୦୦ ଏକର ଜମି ନେଇଥିବା ଜଣାପଡ଼ିଛି।

Comments are closed.