କାମାକ୍ଷାନଗରରୁ ଗିରଫ ସହ ଗୋଟିଏ ଦେଶୀ ପିସ୍ତଲ ସହ ୨ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛିି।

ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହଥିଲେ ଯେ ଢେଙ୍କାନାଳ ଟାଉନର ଠିକାଦାର ଭୁପେଶ କୁମାର ମହାପାତ୍ର କାମାକ୍ଷାନଗର ବ୍ଲକ ଗାଲୁ କାଟଣୀ ଏବଂ ସମାଟାଙ୍ଗୀ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାରେ ୨୦୨୨ ନଭେମ୍ବରରେ ଠିକା କାମ କରୁଥିଲେ । ୨୫/୧୧/୨୦୨୨ ସଂଧ୍ୟାରେ ଧଳା ରଙ୍ଗର ସ୍କର୍ପିଓ ଗାଡିରେ ୭/୮ ଜଣ ଅଜଣା ବ୍ୟକ୍ତି ଆସି ଠିକାଦାରଙ୍କ ଅସ୍ଥାୟୀ ଠିକା ଶିବିରରେ ପହଞ୍ଚି ପିସ୍ତଲ ଓ ଅନ୍ୟ ମାରଣାସ୍ତା ଦେଖାଇ ଭୟଭିତ କରି ଦାଦାବଟି ମାଗିଥିଲେ । ଠିକାସଂସ୍ଥାର କର୍ମଚାରୀମାନେ ନିଜର ଅସହାୟତା ପ୍ରକାଶ କରିବା ପରେ ସେମାନେ ଠିକାଦାର ଭୁପେଶ ମହାପାତ୍ରଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ୫ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ।

prayash

ଭୁପେଶଙ୍କ ଅଭିଯୋଗ ଆଧାରରେ କାମାକ୍ଷନଗର ପୁଲିସ ଏକ ମକଦ୍ଦମା କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଅପରାଧି ରାକେଶ ପାତ୍ରକୁ ଠାବ କରି କାମାକ୍ଷାନଗର କଲୋନୀ ସାହିସ୍ଥିତ ସୁନାକର ବେହେରାଙ୍କ ଭଡାଘରୁ ଗରିଫ କରିଥିଲା। ଗରିଫ ସମୟରେ ପୁଲିସ ତାଙ୍କ ଘରୁ ଦେଶୀ ପିସ୍ତଲ ସହ ୨ ରାଉଣ୍ଡ ଗୁଳି ଜବତ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଉପ ଆରକ୍ଷୀ ଅଧିକ୍ଷକ ବିଭୁତି ରଞ୍ଜନ ନାୟକ, କାମାକ୍ଷାନଗର ଥାନା ଅଧିକାରୀ ଶରତ ଚନ୍ଦ୍ର ମହାଲିକ ଉପସ୍ଥିିତ
ଥିଲେ। କାମାକ୍ଷାନଗର ଥାନାର ଏସଆଇ ସୈାମ୍ୟ ରଂଜନ ମହାନ୍ତି ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି।

kalyan agarbati

Comments are closed.