ଆଠଗଡରେ ଜିଲାସ୍ତରୀୟ ଲୋକ ଅଦାଲତ

ଆଠଗଡ: ଆଠଗଡ ତାଲୁକ ଆଇନସେବା ସମିତି ଆନୁକୁଲ୍ୟରେ ଅଦାଲତ ପରିସରରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‍ ପ୍ରଦୀପ୍ତ କୁମାର ସାହୁ ଲୋକ ଅଦାଲତକୁ ଉଦ୍‍ଘାଟନ କରିବା ସହ ନିଜ ଅଦାଲତ ପରିଚାଳନା କରିଥିଲେ। ଏଡିଜେ ଶ୍ରୀ ସାହୁ ନିଜ ଅଦାଲତରେ ୩ଟି ମୋଟରଯାନ ଦୁର୍ଘଟଣାଜନିତ ମାମଲାର ବିଚାର କରି କ୍ଷତିପୂରଣ ବାବାଦକୁ ୧୩.୧୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ବୀମା କମ୍ପାନୀଗୁଡିକୁ ଆଦେଶ ଦେଇଥିଲେ।

prayash

ସେହିପରି ବରିଷ୍ଠ ଦେୱାନୀ ବିଚାରପତିି ମହାଶ୍ୱେତା ପରିଜା ନିଜ ଅଦାଲତରେ ୪ଟି ପାରିବାରିକ ମାମଲା ବିଚାର କରି ସମାଧାନ କରିଥିଲେ। ଏଥି ସହିତ ଏସଡିଜେଏମ ଏସ କୁନମୁନ ଆଚାରୀ ଓ ଜେଏମଏଫସି ସମ୍ବେଦନା ସନ୍ଦିପ ନିଜ ନିଜର ଅଦାଲତ ପରିଚାଳାନା କରି ବହୁ ଫୌଜଦାରୀ ମାମଲା ଫଇସଲା କରିଥିଲେ। ଏତଦ୍‍ବ୍ୟତୀତ ତହଲିସଦାର ପ୍ରିୟବ୍ରତ ଦାସ ନିଜ ଅଦାଲତରେ ୧୨୩୫ଟି ଜମିଜମା ଓ ଦାଖଲଖାରଜ ମାମଲା ଫଇସଲା କରିବା ସହ ରାଜସ୍ୱ ବାବଦରେ ୩ଲକ୍ଷ ୬୬୩୫୦ଟଙ୍କା ଆଦାୟ କରିଥିଲେ। ଆଠଗଡ ଓକିଲସଂଘ ସଦସ୍ୟମାନେ ଲୋକ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।

kalyan agarbati

Comments are closed.