ସ୍କ୍ରାପ ବ୍ୟବସାୟୀଙ୍କୁ ଲଙ୍କା ଗୁଣ୍ଡ ଫିଙ୍ଗି ଆକ୍ରମଣ, ଫେରାର ଅଭିଯୁକ୍ତ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ କନିଷି ଅଞ୍ଚଳର ସ୍କ୍ରାପ ବ୍ୟବସୟୀ କୁନା ଖଟୁଆକୁ ଲଙ୍କା ଗୁଣ୍ଡ ଫିଙ୍ଗି ଖଣ୍ଡାରେ ହାଣି ଲୁଟ ଘଟଣାରେ ସମ୍ପୃକ୍ତ ଥାଇ ଫେରାର ଜଣେ ଅଭିଯୁକ୍ତକୁ ଆଜି ଗୋଳନ୍ଥରା ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ଦିଗପହଣ୍ଡି ଥାନା ଅଧିନ ଛାଞ୍ଚଡାପଲ୍ଲୀର ତୁଫାନ ଗୌଡ଼ ବୋଲି ପୋଲିସ ସୂଚନା ମିଳିଛି । ଜୁନ ୨୪ ତାରିଖ ଦିନ ସାଢେ ୧୧ଟା ବେଳେ କୁନା ନିଜ ବାଇକରେ ବ୍ରହ୍ମପୁର ଯାଉଥିବା ବେଳେ ଇସ୍କନ ମନ୍ଦିର ସାମ୍ନାରେ କିଛି ଦୁବୁର୍ତ୍ତ ତାଙ୍କୁ ଲଙ୍କା ଗୁଣ୍ଡ ଫିଙ୍ଗି ଖଣ୍ଡାରେ ଆକ୍ରମଣ ସହ ପ୍ରାୟ ୩ ଲକ୍ଷ ଟଙ୍କା ଲୁଟ କରିଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଥିଲା।

prayash

ପୁଲିସ ଥାନା କେଶ ନଂ ୨୮୪/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ସମ୍ପୃକ୍ତ ଥିବା ପଞ୍ଚମାର ପିଣ୍ଟୁ ନାହାକ, ଆମ୍ବଗଡର ରୁଦ୍ର ଡାକୁଆ, ବ୍ରହ୍ମପୁର ଫାଷ୍ଟ ଗେଟର କାଳିଆ ସାହୁ ଏବଂ ଚାଞ୍ଚଡ଼ାପଲ୍ଲୀର ଅଜୟ ଲେଙ୍କାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତୁଫାନ ଫେରାର ହୋଇଯାଇଥିଲା। ଆଜି ତୁଫାନ ଗାଁରେ ଥିବା ବିଶ୍ୱସ୍ତ ଖବର ପାଇ ଗୋଳନ୍ଥରା ପୋଲିସ ଚଢ଼ାଉ କରି ଗିରଫ କରିଥିବା ବେଳେ ତୁଫାନ ନାଁ ରେ ଏକାଧିକ ଅପରାଧିକ ମାମଲା ଥିବା ଗୋଳନ୍ଥରା ଥାନା ଇନ୍ସପେକ୍ଟର ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

kalyan agarbati

Comments are closed.