www.samajalive.in
Tuesday, December 9, 2025
23.1 C
Bhubaneswar

ନ୍ୟାସନାଲ ହେରାଲ୍ଡ ବିବାଦ: ଡିସେମ୍ବର ୪ରେ ସୋନିଆ, ରାହୁଲଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ବିବାଦ ପରିପ୍ରେକ୍ଷୀରେ ନିଜର ଆୟକର ପୁନଃଆକଳନ ପାଇଁ ମିଳିଥିବା ନୋଟିସକୁ ବିରୋଧ କରି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କରିଥିବା ଏକ ଆବେଦନର ଶୁଣାଣି ଡିସେମ୍ବର ୪ରେ ହେବ। ଏନେଇ ସୁପ୍ରିମକୋର୍ଟ ମଙ୍ଗଳବାର ସହମତି ପ୍ରକାଶ କରିଛନ୍ତି। ନ୍ୟାସନାଲ ହେରାଲ୍ଡ ବିବାଦ ପରିପ୍ରେକ୍ଷୀରେ ଉଭୟଙ୍କର ଆୟକର ପୁନଃଆକଳନ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କାହାରିକୁ ଅଂଶଧନ ହସ୍ତାନ୍ତର କରିବା ଘଟଣାକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଆୟ ଭାବେ ବିବେଚନା କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‍ ଏବଂ କପିଲ ସିବଲ ଆଜିର ଶୁଣାଣି ବେଳେ ଯୁକ୍ତି ବାଢିଥିଲେ। ଅନ୍ୟପଟେ ଏହି ମାମଲାରେ ଆୟକର ବିଭାଗକୁ ନୋଟିସ ଜାରି କରିବାକୁ ଗାନ୍ଧୀଙ୍କ ଓକିଲ କୋର୍ଟଙ୍କୁ ନିବେଦନ କରିଥିଲେ। ମାତ୍ର ସେ ବିଭାଗ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବାରୁ ବିଭାଗକୁ କୌଣସି ନୋଟିସ ଜାରି କରିବାର ଆବଶ୍ୟକତା ନାହିଁ ବୋଲି ସଲିସିଟର ଜେନେରାଲ ତୁଷାର ମେହତା ଯୁକ୍ତି ଦର୍ଶାଇଥିଲେ। ସମସ୍ତ ଯୁକ୍ତି ଶୁଣିବା ପରେ ସୋନିଆ ଏବଂ ରାହୁଲଙ୍କୁ ଆୟକର ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୋଟିସ ବୈଧ କି ନୁହେଁ ତାହା ଡିସେମ୍ବର ୪ରେ ବିଚାର କରାଯିବ ବୋଲି ଅଦାଲତ କହିଛନ୍ତି। ନ୍ୟାସନାଲ ହେରାଲ୍ଡ ପ୍ରକାଶକ ଆସୋସିଏଟ୍‍ ଜର୍ଣ୍ଣାଲ ଲିମିଟେଡ୍‍ ସମ୍ବନ୍ଧୀୟ ମାମଲାରେ ୨୦୧୧-୧୨ ଆର୍ଥିକ ବର୍ଷ ପାଇଁ ସେମାନଙ୍କ ଆୟକର ପୁନଃ ଆକଳନ କରାଯିବା ନେଇ ସୋନିଆ ଏବଂ ରାହୁଲଙ୍କୁ ନୋଟିସ ଜାରି କରାଯାଇଥିଲା।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories