କଳାହାଣ୍ଡି ପୁଲିସକୁ ସଫଳତା: ୧୩ ଡକୟତ ଗିରଫ, ନଗଦ ୫ ଲକ୍ଷ ୭୪ ହଜାର ୫ ଶହ ଟଙ୍କା ସହ ବହୁ ପରିମାଣର ସୁନାଗହଣା ଜବତ
ଭବାନୀପାଟଣା: କଳାହାଣ୍ଡି ପୁଲିସ ଦ୍ୱାରା ଏକ ବଡ ଧରଣର ଡକୟତ ଦଳର ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୧୩ ଜଣ ଡକାୟତକୁ ଧରିବାରେ ସଫଳ ହୋଇଛି। ଏହାସହିତ ସେମାନଙ୍କ ଠାରୁ ନଗଦ ୫ଲକ୍ଷ ୭୪ହଜାର ୫ଶହ ଟଙ୍କା ଏବଂ ବହୁ ପରିମାଣର ସୁନାଗହଣା, ମୋଟର ସାଇକେଲ, ପୁଲିସ ପୋଷାକ,ମାରଣାସ୍ତ୍ର ଆଦି ଜବତ କରାଯାଇଛି। କଳାହାଣ୍ଡି ଏସପି ଅଭିଳାଷ ଜୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ବଲାଙ୍ଗୀର ଜିଲାର ସଇଁତଲା ପୁଲିସ ଷ୍ଟେସନ ଅଧିନର ରେଙ୍ଗାଲି ଗ୍ରାମର ରାଜକିଶୋର ନାଗ ଅଭିଯୋଗକାରୀଙ୍କୁ ଜଣାଇଥିଲେ ଯେ ତାଙ୍କ ପାଖରେ ବହୁ ପରିମାଣର ସୁନା ରହିଛି ଏବଂ ଏହି ସୁନାକୁ କମ୍ ମୂଲ୍ୟରେ ବିକ୍ରି କରିବାକୁ ଚାହୁଁଛନ୍ତି। ଅଭିଯୋଗକାରୀ ସୁନାର ଗୁଣବତ୍ତା ପରୀକ୍ଷା କରି ସମୁଦାୟ ସୁନାକୁ ମାତ୍ର ୧୩ ଲକ୍ଷ ୫ ହଜାର ଟଙ୍କାରେ କିଣିବାକୁ ରାଜି ହୋଇଥିଲେ। ଅଭିଯୋଗକାରୀକୁ ସୁନା ନ ଦେଇ ନଗଦ ଟଙ୍କା ଛଡ଼ାଇ ନେବାକୁ ମୁଖ୍ୟ ଅଭିଯୁକ୍ତ ରାଜକିଶୋର ନାଗ ତାଙ୍କ ସହଯୋଗୀଙ୍କ ସହ ଯୋଜନା କରିଥିଲେ ଏବଂ ଅଭିଯୋଗକାରୀଙ୍କୁ ଏକାକୀ ଡଭବାନୀପାଟଣା ରେଳ ଷ୍ଟେସନକୁ ଆସିବାକୁ କହିଥିଲେ। ମୁଖ୍ୟ ଅଭିଯୁକ୍ତ ରାଜକିଶୋର ନାଗଙ୍କ କହିବା ଅନୁଯାୟୀ ଅଭିଯୋଗକାରୀ ଭବାନୀପାଟଣା ଟଙ୍କା ନେଇ ଭବାନୀପାଟଣା ରେଳ ଷ୍ଟେସନର ଏକ ନିରୋଳା ସ୍ଥାନରେ ପହଞ୍ଚି ଥିଲେ । ମୁଖ୍ୟଅଭିଯୁକ୍ତ ରାଜକିଶୋର ନାଗ ଏବଂ ତାଙ୍କ ସହଯୋଗୀମାନେ ଅଭିଯୋଗକାରୀଙ୍କଠାରୁ ୧୩ ଲକ୍ଷ ୫ ହଜାର ଟଙ୍କା ଛଡ଼ାଇ ନେଇଥିଲେ, କିନ୍ତୁ ସୁନା ଦେଇ ନଥିଲେ। ଅଭିଯୋଗକାରୀ ସୁନା ଦେବା ପାଇଁ କହିବାରୁ ତାଙ୍କୁ ସେମାନେ ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିଲେ ଏବଂ ସୁନା ଦେଇନଥିଲେ। ଅଭିଯୁକ୍ତ ମାନେ ନିଜ ଯୋଜନା ଅନୁଯାୟୀ ପୁଲିସ ଓ ସିଆରପିଏଫ ପରି ସୁରକ୍ଷା କର୍ମୀ ଭାବରେ ଛଦ୍ମନାମ ବେଶରେ ସେଠାରେ ପହଞ୍ଚିଥିଲେ ଏବଂ ଏଥିରୁ ନିବୃତ୍ତ ରହିବା ପାଇଁ ଅଭିଯୋଗକାରୀ କୁ ଧମକ ଦେଇ ରାଜକିଶୋର ଏବଂ କହିଥିଲେ। ଏହାରେ ସେମାନେ ଅଭିଯୋଗକାରୀଙ୍କଠାରୁ ଲୁଟ୍ କରିଥିବା ୧୩ ଲକ୍ଷ ୫ ହଜାର ଟଙ୍କାକୁ ନିଜନିଜ ମଧ୍ୟରେ ବାଣ୍ଟିନେଇଥିଲେ।
ଏ ସମ୍ପର୍କରେ ଅଭିଯୋଗକାରୀ ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ କଳାହାଣ୍ଡି ଏସପି ଅଭିଳାଷ ଜୀଙ୍କ ନିର୍ଦେଶରେ ଭବାନୀପାଟଣା ସଦର ଏସଡିପିଓ ଏବଂ ଭବାନୀପାଟଣା ସଦର ଥାନା ଆଇଆଇସିଙ୍କ ନେତୃତ୍ୱରେ ପୁଲିସର ବିଭିନ୍ନ ଦଳ ଗଠନ କରାଯାଇଥିଲା। ପୁଲିସ ତନାଘନା ତଦନ୍ତ କରି ବଲାଙ୍ଗୀର ଜିଲାର ସଇଁତଲା ଥାନା ଅଧିନର କାନ୍ଦୁଲଉବା ଗ୍ରାମର ବିନୟ କୁମାର ସେଠ ଓରଫ ମୁନା (୩୯), ସଇଁତଲା ଥାନାର ରେଙ୍ଗାଲୀ ଗ୍ରାମର ରାଜ କିଶୋର ନାଗ (୩୦), ଚାରଭାଟ୍ଟ ଗ୍ରାମର ବାବଲୁ ରାଣା(୨୯)ଭବାନୀପାଟଣା ଟାଉନ ଥାନା ଗୋସାଲପଡାର ଜାନେଲା ହେମନ୍ତ କୁମାର ଜଗନ୍ (୩୭), ଭବାନୀପାଟଣା ନୂଆଗାଁର ସୁଶାନ୍ତ ନାୟକ(୨୮), ଭବାନୀପାଟଣା କରଣପିଟା ଗ୍ରାମର ମହେନ୍ଦ୍ର ମୋହାଟୋ (୩୦), ଭବାନୀପାଟଣା ଏରିକେସନ କଲୋନୀର ମାନସ ବିଶ୍ (୪୦), ଭବାନୀପାଟଣା ନୂଆଗାଁ ର ରବୀନ୍ଦ୍ର ନାୟକ (୪୨ ), ନୂଆଗାଁର ସୁଦାମ ନାୟକ (୪୨), ଶୁସାନ୍ତ ନାଏକ (୨୮), ସୁଜିତ୍ ବାଗ୍ ୨୬)ଏବଂ କ୍ଷିତିଶ ନାୟକ (୨୪)କୁ ଧରିବାରେ ସଫଳ ହୋଇଥିଲେ। ସେମାନଙ୍କ ଠାରୁ ପୁଲିସ ନଗଦ ୫ ଲକ୍ଷ ୭୪ ହଜାର ୫ ଶହ ଟଙ୍କା, ୪ ଖଣ୍ଡ ସୁନା ସହିତ ବହୁଚୋରି ସାମଗ୍ରୀ ସହିତ ଡକାୟତିରେ ବ୍ୟବହୃତ ମାରଣାସ୍ତ୍ର ଓ ପୁଲିସ ପୋଷାକ ଓ ୧୪ଟି ମୋବାଇଲ ଫୋନ ଆଦି ଜବତ କରିଛନ୍ତି। ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ଏସପି ଅଭିଳାଷ ଜୀ ପ୍ରକାଶ କରିଥିଲେ।
Comments are closed.