ଗୁଳି ମାଡରେ ଆଶା ସଂସ୍ଥା ନିର୍ଦେଶକ ଗୌରି ମିଶ୍ର ମୃତ୍ୟୁ ଘଟଣା: ଗୁଣପୁର ପୁଲିସକୁ ମିଳିଲା ସୁରାକ, ଜଣେ ଯୁବକ ନିଖୋଜ

ଗୁଣୁପୁର: ଗୁଣପୁର ବଂଶଧାରା ନଦୀ ଓଭରବ୍ରିଜ୍ ନିକଟରେ ଆଶା ସ୍ବେଛାସେବି ସଂସ୍ଥାର ନିର୍ଦେଶକ ଗୌରି ମିଶ୍ରଙ୍କୁ ଗୁଳିମାଡ ମୃତ୍ୟୁ ଘଟଣାର ନୁଆ ଟୁଇଷ୍ଟ୍। ମେ ୧୩ ତାରିଖର ରାତ୍ରିରେ ବଂଶଧାରା ବ୍ରିଜ ଉପରେ ଦୁର୍ବୁତଙ୍କ ଗୁଳି ମାଡ଼ରେ ସ୍ବେଚ୍ଛାସେବୀ ଗୈାରିମିଶ୍ର ମୃତ୍ୟୁବରଣ କରିଥିଲେ। ଇତି ମଧ୍ୟରେ ୧ ମାସ ୧୫ ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ୍ ତନାଘନା କରୁଥିଲେ ମଧ୍ୟ କୌଣସି ଟେର୍ ପାଇପାରୁନଥିଲେ। ତେବେ ଆଜି ହଠାତ୍ ଜଣେ ଗୁଣପୁର କୁମ୍ଭାର ସାହିର ଭି ଲକ୍ଷ୍ମୀ ନାମକ ଜଣେ ମହିଳା ଗୁଣପୁର ଥାନାର ଦ୍ବାରସ୍ତ ହୋଇ ନିଜ ପୁଅ ଭି ରାଜେଶ ଗତ ରବିବାର ଠାରୁ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ।

prayash

ଏହି ଅଭିଯୋଗ ଭିତରେ ଦୁର୍ବୁତ ଗୁଳି ମାଡରେ ମୃତ୍ୟ ହୋଇଥିବା ଗୌରି ମିଶ୍ର ଘଟଣା ରହସ୍ୟ ନିଖୋଜ ଥିବା ଯୁବକ ରାଜେଶ ଯାଣିଥିବା ନେଇ ତାଙ୍କ ମାଁ ପୁଲିସକୁ ସୁଚନା ଦେଇଥିଲେ। ନିଖୋଜ ରାଜେଶ ଭୁବନେଶ୍ବରରୁ ବାଙ୍ଗାଲୋର ଅଭିମୁଖେ ଯଉାଥିବା ବେଳେ ବିଶାଖାପାଟଣାରେ ଅଜଣା କଲ୍ ଆସିବାରୁ ସେ ସେଠାରେ ଓହ୍ଲାଇ ପଡିଥିଲେ। ଭି ରାଜେଶ ଏହାପରେ ତାଙ୍କ ମା ସହିତ ଯୋଗାଯୋଗ କରି ଗୌରି ମିଶ୍ର ହତ୍ୟାକାଣ୍ଡ ଘଟଣ ରେ କ୍ରିଷ୍ଣା ଓ ଜିକେ ନାମକ ଦୁଇ ଯୁବକ ଜଡିତ ଥିବା ନେଇ ତାଙ୍କ ମାକୁ କହିଥିଲେ। ଯୁବକ ରାଜେଶ୍ ଏହି ହତ୍ୟାକାଣ୍ଡ ସଂମ୍ପର୍କରେ ଜାଣିଥିବା ହେତୁ ବିଶାଖାପାଟଣାରୁ କେହି ତାକୁ ଅପହରଣ କରିଥିବା ନେଇ ପୁଲିସ୍ ପାଖର ଅଭିଯୋଗ କରିଛନ୍ତି। ଗୁଳିକାଣ୍ଡ ସମ୍ପର୍କରେ ଏହି ସୁରକା ପାଇବା ପରେ ଗୁଣପୁର ପୁଲିସ୍ ପାଇଁ ନୂଆ ଆଶା ସଞ୍ଚାର ହୋଇଛି।

kalyan agarbati

Comments are closed.