www.samajalive.in
Monday, December 15, 2025
16.1 C
Bhubaneswar

ଗଛ କଟାକୁ ବିରୋଧ, ଜଙ୍ଗଲ ସୁରକ୍ଷା ନେଇ ଅଣ୍ଟା ଭିଡିଲେ ମହିଳା

କେନ୍ଦୁଝରଗଡ଼: ଲଘୁ ଖଣିଜ ସମ୍ପଦ ଖନନ ସାଙ୍ଗକୁ କ୍ରସର ପ୍ରତିଷ୍ଠା ଉଦ୍ଦେଶ୍ୟରେ ମୂଲ୍ୟବାନ ଗଛକୁ ରାତାରାତି କଟାଯିବା ଘଟଣାକୁ ହରିଚନ୍ଦନପୁର ବ୍ଲକ ପିଠାଗୋଳା ଓ ବଡପଳାଶପାଳ ପଞ୍ଚାୟତର ଶତାଧିକ ମହିଳା ତୀବ୍ର ବିରୋଧ କରିଛନ୍ତି। ପିଠାଗୋଳା ପଞ୍ଚାୟତର ଖେଦାପଡ଼ା, ରମ୍ପାକୋଟ, ତମ୍ବାହରା, ମରାଗୋଳା ଓ ବଡପଳାଶପାଳ ପଞ୍ଚାୟତର ଗରଗଡ଼଼ିବାହାଳ ଗ୍ରାମର ବହୁ ମହିଳା ବୁଧବାର ଜିଲା ପ୍ରଶାସନ ଓ ବନ ବିଭାଗର ଦ୍ୱାରସ୍ଥ ହୋଇ ଖଣିଜସମ୍ପଦ ଉତ୍ତୋଳନ ଓ ରାସ୍ତା ନିର୍ମାଣ ଆଳରେ ବହୁ ମୂଲ୍ୟବାନ ଗଛ କଟାଯିବା ଘଟଣାକୁ ତୀବ୍ର ବିରୋଧ କରିବା ସହ କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କୁ ଭେଟି ଜଙ୍ଗଲ ସୁରକ୍ଷା ନିମନ୍ତେ ଅନୁରୋଧ କରିଛନ୍ତି। ଏଥିସହ ବେଆଇନ ଭାବେ ମୂଲ୍ୟବାନ ଗଛ କାଟିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଛନ୍ତି ଖେଦାପେଡ଼ା ଗ୍ରାମର ଶକୁନ୍ତଳା ମୁଣ୍ଡା, ଗୁରୁବାରୀ ମୁଣ୍ଡା, ଜୟନ୍ତୀ ମୁଣ୍ଡା ଓ ମମତା କେରାଇ। ଖଣି ଖନନ ଦ୍ୱାରା ଜଙ୍ଗଲ ନଷ୍ଟ ହେବାଦ୍ୱାରା ଦୀର୍ଘବର୍ଷ ଧରି ଜଙ୍ଗଲ ସମ୍ପଦ ଉପରେ ପରିବାର ପ୍ରତିପୋଷଣ କରିଆସୁଥିବା ସ୍ଥାନୀୟ ଗ୍ରାମବାସୀ ବିଶେଷ ପ୍ରଭାବିତ ହେବାକୁ ଥିବାରୁ ଖଣିଖନନ ଓ ରାସ୍ତା ନିର୍ମାଣ ଆଳରେ ଗଛ କଟାଯିବା ତୁରନ୍ତ ବନ୍ଦ କରିବାକୁ ମହିଳାମାନେ ଡିଏଫଓଙ୍କୁ ଭେଟି ଅନୁରୋଧ କରିଛନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories