www.samajalive.in
Sunday, December 14, 2025
19.1 C
Bhubaneswar

ଯୋଗରେ ବସିଲେ କେନ୍ଦୁଝରବାସୀ

ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ
କେନ୍ଦୁଝରଗଡ଼: ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ, ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କେନ୍ଦୁଝର ଶାଖା, ବିଶ୍ୱ ହିନ୍ଦୁ ପରିଷଦ, ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଗାୟତ୍ରୀ ପରିବାର ମିଳିତ ସହଯୋଗରେ କେନ୍ଦୁଝର ଜିଲା ପତଞ୍ଜଳି ଯୋଗ ପୀଠ,ହରିଦ୍ୱାର କେନ୍ଦୁଝର ଶାଖା ତତ୍ତ୍ୱାବଧାନରେ ସ୍ଥାନୀୟ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବୁଧବାର ସକାଳେ ୯ମ ଅର୍ନ୍ତଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ପତଞ୍ଜଳି ଯୋଗ ସମିତି ଜିଲା ପ୍ରଭାରୀ ମାଗୁଣି ଚରଣ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଯୋଗ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ନରେନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୋଗର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ଶାଖା ମୁଖ୍ୟ ବ୍ରହ୍ମାକୁମାରୀ ବିନ୍ଦୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଯୋଗ ଦିବସର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପତଞ୍ଜଳି ଯୋଗ ସମିତି ଜିଲା ପ୍ରଭାରୀ ଶ୍ରୀ ବାରିକଙ୍କ ସଂଯୋଜନାରେ ଯୁବାଭାରତ ଜିଲା ପ୍ରଭାରୀ ଭଞ୍ଜକିଶୋର ସାହୁ, ଭାରତ ସ୍ୱାଭିମାନ ଜିଲା ପ୍ରଭାରୀ ଡମ୍ବରୁଧର ମହାନ୍ତ ଓ ଯୁବତୀ ପ୍ରଭାରୀ ମହିମା ମହାନ୍ତ ଛାତ୍ରଛାତ୍ରୀଙ୍କୁ ଯୋଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଯୋଗାଭ୍ୟାାସ କରାଇବା ସହ ଯୋଗ ଦ୍ୱାରା ନିଜକୁ ମାନସିକ ଓ ଶାରୀରିକସ୍ତରରେ କିଭଳି ସୁସ୍ଥ ରଖିହେବ ସେ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ନିୟମ ମୁତାବକ ପ୍ରତ୍ୟହ ଯୋଗ ସାଧନ କଲେ ନିଶ୍ଚିତ ଭାବେ ନିଜର ଶକ୍ତି, ସାମର୍ଥ୍ୟ, ଦକ୍ଷତା ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ବୋଲି ମାର୍ଗଦର୍ଶନ କରିଥିଲେ।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଳାଶପଙ୍ଗା
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଳାଶପଙ୍ଗା ପକ୍ଷରୁ ବୁଧବାର ଅର୍ନ୍ତଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଆଚାର୍ଯ୍ୟ ରଘୁନାଥ ମହାନ୍ତ ଓ ଆଚାର୍ଯ୍ୟା ସ୍ୱାଗତିକା ପ୍ରଧାନ ପ୍ରଶିକ୍ଷିକା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଯୋଗାଭ୍ୟାସ କରିବା ସହ ଯୋଗ ଦ୍ୱାରା କିଭଳି ନିଜକୁ ସୁସ୍ଥ ରଖିବା ସହ ନିରୋଗ ଜୀବନଯାପନ ସମ୍ଭବ ତାହାରି ଉପରେ ଆଲୋପକାତ କରିଥିଲେ। ପ୍ରଧାନାଚାର୍ଯ୍ୟ କ୍ଷମାନନ୍ଦ ମହାନ୍ତ ବର୍ତ୍ତମାନ ଯୁଗରେ ଯୋଗର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିବା ସହ ରାଜଯୋଗ ଦ୍ୱାରା ଶରୀର ଓ ମନ କିଭଳି ସୁସ୍ଥ ରହିବ ଏବଂ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଅନୁଷ୍ଠାନର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗଦେଇ ଏହି ଶିବିର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିବା ବେଳେ ୧୦୩ଜଣ ଛାତ୍ରଛାତ୍ରୀ ଯୋଗାଭ୍ୟାସ କରିଥିଲେ।

- Advertisement -

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଣିଆପାଟ
କଲେଜରୋଡସ୍ଥିତ ବଣିଆପାଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବୁଧବାର ଯୋଗ ମହୋତ୍ସବ ସମିତି ଓଡ଼ିଶା ଆନୁକୁଲ୍ୟରେ ଅର୍ନ୍ତଜତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଯୋଗ ଶିବିରରେ ପ୍ରଧାନାଚାର୍ଯ୍ୟ ଦୁଃଶାସନ ମହାନ୍ତ, ଆଚାର୍ଯ୍ୟା ମଧୁସ୍ମୀତା ମହାନ୍ତ, ଆଚାର୍ଯ୍ୟ ଧିରେନ୍ଦ୍ର ସିଂହ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଯୋଗାଭ୍ୟାସ କରିବା ସହ ଆମ ଦେଶରେ ବହୁ ଆଗରୁ ଯୋଗାଭ୍ୟାସ ରହିଆସିଛି ବୋଲି କହିଥିଲେ। ମିଳନୀ ସାହିତ୍ୟ ସଂସଦ ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ମୁଖ୍ୟଅତିôତ ଭାବେ ଯୋଗଦେଇ ମୁନୀଋଷି ମାନେ ଯୋଗ ଦ୍ୱାରା ସ୍ୱାସ୍ଥ୍ୟବାନ ହେବାର ମନ୍ତ୍ର ଜାଣିଥିଲେ। ଏବେ ଏହାକୁ ପାଳନ କରିବା ସହ ସୁସ୍ଥ ସମାଜ ଗଠନ ପାଇଁ ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟାରେ ଜୁନ ୨୧କୁ ସମଗ୍ର ବିଶ୍ୱରେ ଅର୍ନ୍ତଜାତିକ ଯୋଗ ଦିବସ ଭାବେ ପାଳନ କରାଯାଇ ଆସୁଛି ବୋଲି କହିଥିଲେ। ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ଭାଗିରଥୀ ଗିରି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୋଗାଭ୍ୟାସ ଦ୍ୱାରା ସୁସ୍ଥ ଓ ନିରାମୟ ଜୀବନଯାପନ କିଭଳି ସମ୍ଭବ ହୋଇପାରୁଛି ତାହାରି ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଚାର୍ଯ୍ୟ ବନମାଳୀ ମହାନ୍ତ, ସଚ୍ଚିକାନ୍ତ ମହାରଣା, ଆଚାର୍ଯ୍ୟା ରୀନା ମହାନ୍ତ, ସଞ୍ଜୁକ୍ତା ପ୍ରଧାନ, କଳ୍ପନା ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଆଚାର୍ଯ୍ୟ ବିଦ୍ୟାଧର ମହାନ୍ତ ଯୋଗ ଦ୍ୱାରା କିପରି ସୁସ୍ଥ ରହିବେ ସେ ସମ୍ପର୍କରେ ମତବ୍ୟକ୍ତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦୁଝରଗଡ଼
ଜେଲରୋଡସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବୁଧବାର ଅର୍ନ୍ତଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡା ଯୋଗଦେଇ ସାମ୍ପ୍ରତିକସ୍ଥିତିରେ ଯୋଗର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଯୋଗ ଆଚାର୍ଯ୍ୟ ଲମ୍ବୋଦର ମହାନ୍ତ ୧୪୫୫ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ଯୋଗ ଓ ପ୍ରାଣାୟାମ ଅଭ୍ୟାସ କରାଇଥିଲେ। ବିଧି ମୁତାବକ ପ୍ରତ୍ୟହ ଯୋଗ ସାଧନ କରିଲେ ନିଶ୍ଚିତ ଭାବରେ ନିଜର ଶକ୍ତି ସାମର୍ଥ୍ୟ ଓ ଦକ୍ଷତା ଆତ୍ମବିଶ୍ୱାସ ବୃଦ୍ଧି ପାଇବ ବୋଲି ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ମତବ୍ୟକ୍ତ କରିଥିଲେ। ଏତତ୍‌‌ବ୍ୟତୀତ ନଗରରେ ଥିବା ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମରେ ଶିଶୁମନ୍ଦିରର ଗୁରୁଜୀ ଗୁରୁମା’ ପହଞ୍ଚି ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନଙ୍କୁ ଯୋଗର ଆବଶ୍ୟକତା ଓ ଯୋଗାଭ୍ୟାସ କରାଇଥିଲେ।

ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝର
ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝର ପକ୍ଷରୁ ବୁଧବାର ମହାବିଦ୍ୟାଳୟ ପରିସରରେ ଅର୍ନ୍ତଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରଭାକର ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌‌ଘାଟନ କରିବା ଅବସରରେ ଯୋଗ ଦ୍ୱାରା ନିଜକୁ କିଭଳି ସୁସ୍ଥ ଓ ନିଃରୋଗ ରଖିହେବ ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଯୋଗଗୁରୁ ପ୍ରହ୍ଲାଦ କୁମାର କାର୍ଜି ପ୍ରଶିକ୍ଷକ ଭାବେ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ମହାବିଦ୍ୟାଳୟର ଯୁକ୍ତ ୩ ଜାତୀୟ ସେବା ଯୋଜନା ଅଧିକାରୀ ଧର୍ମବୀର ମୋହନ ସିଂ ଓ ମହାବିଦ୍ୟାଳୟ ଯୁବ ରେଡକ୍ରସ ଅଧିକାରୀ ଡ.ବାଣିଶ୍ରୀ ଦାଶ ଓ ଡ.ମୋନାଲିସା ଦାସ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ।

ବିବେକାନନ୍ଦ କେନ୍ଦ୍ର କେନ୍ଦୁଝର ଶାଖା
ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ କେନ୍ଦୁଝର ଶାଖା ପକ୍ଷରୁ ବୁଧବାର କେନ୍ଦୁଝର ଷ୍ଟାଡିୟମ ପରିସରରେ ଅର୍ନ୍ତଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦ୍‌‌ଘାଟନ କରିବା ଅବସରରେ ଯୋଗର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ କହିଥିଲେ। ଏହି ଅବସରରେ ବିବେକାନନ୍ଦ କେନ୍ଦ୍ର ପକ୍ଷରୁ ପ୍ରଭାକର ବେହେରା ଯୋଗଦେଇ କେନ୍ଦୁଝରଗଡ଼ ନଗରପାଳ ନିକୁ ସାହୁଙ୍କୁ ପୁସ୍ତକ ଦେଇ ସମ୍ବର୍ଦ୍ଧିିତ କରିଥିଲେ। ପ୍ରାରମ୍ଭରେ ଦିଲ୍ଲୀପ ରାମ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପଣ୍ଡିତ ମଧୁସୂଦନ ମିଶ୍ର ସ୍ୱାଗତଭାଷଣ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ବିଭୁତିଭୂଷଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories