www.samajalive.in
Sunday, December 14, 2025
17.1 C
Bhubaneswar

ଆନ୍ତର୍ଜାତିକ ଯୋଗ ଦିବସ

ଚୌଦ୍ୱାର: ଚୌଦ୍ୱାର ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଉମେଶ ଚନ୍ଦ୍ର ଦେବାତଙ୍କ ପୌରୋହିତ୍ୟରେ କଲେଜର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଧ୍ୟାପକ ପ୍ରଭାକର ମିଶ୍ର, ଶରତ କୁମାର ମଲ୍ଲିକ, ସଂଞ୍ଜୟ କୁମାର ଧଳ ପ୍ରମୁଖ ଯୋଗ ମାଧ୍ୟମରେ ନିୟମିତ ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ କରିବା ଓ ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ଯୋଗ ଉଦ୍ୟୋଗୀ ସୃଷ୍ଟି କରିବା ଉପରେ ଗରୁୁତ୍ୱାରୋପ କରିଥିଲେ। ପ୍ରାଧ୍ୟାପକ ମୋହିତ କର, ଯୁକ୍ତେଶ୍ୱର ଦାସ, ଚନ୍ଦ୍ର ଶେଖର ପଣ୍ଡା, ଦୀପକ ମହାନ୍ତି, ଦୀପକ ବେହେରା, କ୍ଷୀରାବ୍ଧୀ ଚୌଧୁରୀ, ହରପ୍ରୀୟା ମହାପାତ୍ର, ସସ୍ମିତା ଭୁୟାଁ, କ୍ରିଷ୍ନା କାବେରୀ ଦାସ, ମମତା ସାହୁ, ବସନ୍ତ କୁମାର ବିଶ୍ୱାଳ ପ୍ରମୁଖ ଯୋଗର ଉପାଦେୟତା ଉପରେ ଆଲୋଚନା କରିଥିଲେ। ହୋଇଥିଲା।ଏହି ଅବସରରେ ଯୋଗ ଗୁରୁ ଏବଂ ଅଧ୍ୟାପକ ମାନଙ୍କ ଦ୍ୱାରା କଲେଜର ଅଧ୍ୟାପନା ମଣ୍ଡଳୀ , ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କୁ ଯୋଗଶିକ୍ଷା ପ୍ରଦାନ କରାଯାଇଥିଲା। ଡ. ପ୍ରଭାବତୀ ପଢ଼ିଆରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଖେଳ ଶିକ୍ଷକ ବୈଦ୍ୟନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories