www.samajalive.in
Sunday, December 14, 2025
19.1 C
Bhubaneswar

ଭାଗବତ ସପ୍ତାହ ପାରାୟଣ ପ୍ରସ୍ତୁତି ବୈଠକ

ଚୌଦ୍ୱାର: ଚୌଦ୍ୱାର ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ଆନୁକୁଲ୍ୟରେ ଓଟିଏମ୍‌‌ କଲୋନୀ ସତ୍ୟ ନାରାୟଣ ପଡ଼ିଆସ୍ଥିତ ବାବା ବୈକୁଣ୍ଠନାଥ ପ୍ରାର୍ଥନା ଗୃହରେ ଶ୍ରୀମଦ୍‌‌ ଭାଗବତ ସପ୍ତାହ ପାରାୟଣ ପ୍ରବଚନ ଓ ଗୀତା ଜ୍ଞାନ ଯଜ୍ଞ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସଦସ୍ୟ ମାନେ ଯୋଗଦେଇ ଆସନ୍ତା ଜୁଲାଇ ୩ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ କିପରି ଭାବେ ଶୃଂଖଳାର ସହ ସମ୍ପନ୍ନ କରାଯିବ ସେସମ୍ପର୍କରେ ଆଲୋଚନା କରିଥିଲେ। ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପାରିଷଦ ଦିଲ୍ଲିପ କୁମାର ସାହୁ, ଆଶୁତୋଷ ଦାସ, ଭାସ୍କର ରାଉତରାୟ, ଅନୁଷ୍ଠାନର ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ସମ୍ପାଦକ ରାଜ କିଶୋର ସାମନ୍ତରାୟ, ବିଭୁତି ଦାସ, ସରିତାନନ୍ଦ ପାଲ, ନରେନ୍ଦ୍ରନାଥ ସ୍ୱାଇଁ, ଶରତ କୁମାର ଖୁଣ୍ଟିଆ, ସନ୍ତୋଷ କୁମାର ଧର, ନାରାୟଣ ସ୍ୱାଇଁ, ଅର୍ଜୁନ ପଣ୍ଡା, ବିମଳ କୁମାର ବେଉରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବିଜୟ ହରି ପାଲ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories