ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ନୂଆପାଟଣାସ୍ଥିତ ସରସ୍ଵତୀ ଶିଶୁମନ୍ଦିର ପରିସରରେ ନୂଆପାଟଣା ଯୋଗ ଜିଲ୍ଲାର ସମୁଦାୟ ୧୬ ଗୋଟି ଯୋଗକେନ୍ଦ୍ରକୁ ନେଇ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଉକ୍ତ ସମାରୋହରେ ଯୋଗ ଜିଲ୍ଲାର ୯୫ ଜଣ ସାଧକ ସାଧିକା, ଶିଶୁ ମନ୍ଦିରର ଛାତ୍ରଛାତ୍ରୀ, ଗୁରୁଜୀ ଗୁରୁମା ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ଓ ଗାୟତ୍ରୀ ମନ୍ତ୍ର ଓ ସରସ୍ଵତୀ ବନ୍ଦନା କରାଯଇ କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଥିଲା। ଯୋଗ ଜିଲ୍ଲର ଅଧିକାରୀ ମାନେ ବିଭିନ୍ନ ଆସନ ଓ ପ୍ରାଣାୟାମ ଅଭ୍ୟାସ କରାଇଥିଲେ। ଶେଷରେ ଯୋଗ ଜିଲ୍ଲା ପ୍ରଧାନ ଦୁର୍ଯ୍ଯୋଧନ ସାହୁ, ଉପପ୍ରଧାନ ପ୍ରଫୁଲ୍ଲ ସ୍ଵାଇଁ, ଜିଲ୍ଲା ମନ୍ତ୍ରୀ ପୁଷ୍ପାଞ୍ଜଳୀ ଆଚାର୍ଯ୍ୟ, ଜିଲ୍ଲା ସଂଗଠନ ମନ୍ତ୍ରୀ ପ୍ରଭାକର ରାଉତ, ଯୋଗ ଶିକ୍ଷକ ପଦ୍ମନାଭ ଶତପଥୀ ବିଶ୍ଵ ଯୋଗ ଦିବସ ତଥା ଯୋଗର ଉପକାରିତା ସମ୍ପର୍କରେ ଉପଦେଶ ପ୍ରଦାନ କରିଥିଲେ।
ତିଗିରିଆ ବ୍ଲକ ନିଜିଗଡ଼ କଲ୍ୟାଣ ମଣ୍ଡପ ଠାରେ ବରିଷ୍ଠ ନାଗରିକ ମଞ୍ଚ ଓ ଶ୍ରୀ ସାଇ ଗୀତାପାଠ ତିଗିରିଆ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ଯୋଗ ସଂସ୍ଥାନର ଯୋଗଗୁରୁ ଦୁର୍ଯ୍ଯୋଧନ ସାହୁ ଓ ପ୍ରେମାନନ୍ଦ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୋଗ ଶିକ୍ଷା ପ୍ରଦାନ କରିବା ସହିତ ବିଭିନ୍ନ ପ୍ରକାର ଯୋଗ ପ୍ରାକ୍ଟିସ୍ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସାଇ ଗୀତାପାଠର ସଭାପତି ସୁଶୀଲ କୁମାର ନନ୍ଦ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଜଗବନ୍ଧୁ ତୁଙ୍ଗ ସାମନ୍ତ, ସଭ୍ଯ ରମେଶ କୁମାର ପଣ୍ଡା, ଆଇନଜୀବୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ଲୁଟୁ ଗୁରୁ , ରାଧା ବଲ୍ଲବ ଦାସ, ମନୋଜ ଦାସ, କୈଳାସ ତୁଙ୍ଗ, ଜୟନ୍ତ ସିଂ, ଲକ୍ଷ୍ମୀ ଧର ମହାରଣା, ଗୋପୀନାଥ ଦାସ, ହରିବଲ୍ଲଭ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ତିଗିରିଆ ପବିତ୍ର ମୋହନ ବିଦ୍ୟାପୀଠ ଠାରେ ପ୍ରଧାନ ଶିକ୍ଷକ ଡ. ପ୍ରମୋଦ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଯୋଗ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଇ ଗୀତାପୀଠର ସଭାପତି ସୁଶୀଳ କୁମାର ନନ୍ଦ ଯୋଗଦେଇ ଛାତ୍ରମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ୱଜିତ୍ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।
ନିଜିଗଡ଼ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଵାମୀ ଅଞ୍ଜନେୟନନ୍ଦ ଗିରି (କ୍ରିୟା ଯୋଗ ଆଶ୍ରମ) ଯୋଗର ଉପାଦେୟତା ସାମ୍ପ୍ରତିକ ଗୁରୁତ୍ଵକୁ ଯୋଗର ଉପଚାର କ୍ରିୟା ଓ ଉପଯୋଗକୁ ଉପସ୍ଥାପନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁଧାଂଶୁବାଳା ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ବିଜୟ କୁମାର ବେହେରା, ଅଜୟ କୁମାର ସ୍ଵାଇଁ, ସୁଧୀର ନାଥ, ଅନନ୍ତ ଚରଣ ଆଚାର୍ଯ୍ୟ, ପ୍ରମୁଖ ଯୋଗ ସମ୍ଵନ୍ଧୀୟ ଆଲୋଚନା କରିଥିଲେ। ଏନ୍ ଏସ୍ ଏସ୍ ର ଯୋଜନା ଅଧିକାରୀ ଡଃ ପତିତପାବନ ପଣ୍ଡା ଓ ଏନ୍ ସି ସି ଅଫିସର କ୍ୟାପଟେନ୍ ଲକ୍ଷ୍ମୀଧର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।



