www.samajalive.in
Monday, December 15, 2025
27.1 C
Bhubaneswar

ବିଧାୟକଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଅଚାନକ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ତାଙ୍କ ପରିଦର୍ଶନରେ ରୋଗୀ ସେବା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଉଥିବା ଉନ୍ନତିମୂଳକ କାର୍ୟ୍ୟର ମଧ୍ୟ ତର୍ଜମା କରିଥିଲେ। ତାହା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ୍ସରେ ମେସିନ, ଲେବ ଟେକ୍ନିସିଅନ, ନୂତନ ଗୃହ ନବୀକରଣ ଓ ରୋଗୀଙ୍କ ସୁବିଧା ଅସୁବିଧା ବୁଝିଥିଲେ। ସ୍ଥାନୀୟ ହସ୍ପିଟାଲର ପ୍ରମୁଖ ଡ଼ା. ଏସ୍ ପି ଡ଼ି ପଣ୍ଡାଙ୍କ ସହ କଣ୍ଟାବାଞ୍ଜି ହସ୍ପିଟାଲରେ ଆସୁଥିବା ସମସ୍ୟା ଓ ତାର ଦୂରୀକରଣକୁ ନେଇ ମଧ୍ୟ କିଛି ସମୟ ଚର୍ଚ୍ଚା କରିଥିଲେ। କିଛି ଦିନ ପୂର୍ବରୁ କଣ୍ଟାବାଞ୍ଜି ହସ୍ପିଟାଲରେ ହୋଇଥିବା ଶିଶୁ ମୃତ୍ୟୁ ଅଭିଯୋଗ ସମ୍ପର୍କରେ ପଚାରି ବୁଝିଥିଲେ। କଣ୍ଟାବାଞ୍ଜ ରେ ୧୭ ଜଣ ଡାକ୍ତର ବଦଳରେ ବର୍ତ୍ତମାନ ୧୦ ଜଣ ଡାକ୍ତରଙ୍କ ଉପରେ ଅଛି ସମସ୍ତ କାର୍ୟ୍ୟଭାର ବୋଲି ଡା. ପଣ୍ଡା କହିଥିଲେ। ତେବେ ବିଧାୟକ କହିଛନ୍ତି ଯେ ଯଥାଶୀଘ୍ର ଖାଲିଥିବା ଡାକ୍ତର ପଦବୀ ପୂରଣ ଦିଗରେ ସେ ଚେଷ୍ଟା କରିବେ।

Hot this week

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

Related Articles

Popular Categories