ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ମନୋହରପୁର ଗ୍ରାମ ପଂଚାୟତର ଡାଙ୍ଗୁଆପଶି ଗ୍ରାମରେ ୭୩ତମ ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ଉଦଯାପିତ ହୋଇଯାଇଛି। ଏହି ଯଜ୍ଞରେ ମିରିଗିଖୋଜି, ତୁରୁମୁଙ୍ଗା ଢିପାସାହି, ଖୀଲାରୀପାଟ ନୂଆଗାଁ ପାଟଣା ବ୍ଲକ, କାଳିମାଟି ହରିଚନ୍ଦନପୁର ବ୍ଲକ, ପଦ୍ମପୁର ସଦର ବ୍ଲକ, ଡାଙ୍ଗୁଆପଶି ଘଟଗାଁ ବ୍ଲକ ଭାଗ ନେଇଥିବା ବେଳେ ଡାଙ୍ଗୁଆପଶି ଯଜ୍ଞ କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ। ଶେଷ ଦିବସରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରିବା ସହିତ ନଗର କୀର୍ତ୍ତନ କରାଯାଇ ଠାକୁରଙ୍କୁ ନଗର ପରିକ୍ରମା କରି ଗ୍ରାମର ସତ୍ୟବନ୍ଧ ପୋଖରୀରେ ବିସର୍ଜନ କରାଯାଇଥିଲା।
Popular Categories



