www.samajalive.in
Tuesday, December 9, 2025
17.1 C
Bhubaneswar

କନ୍ଧମାଳ ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ଫୁଲବାଣୀ: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁ ମଙ୍ଗଳବାର କନ୍ଧମାଳ ଜିଲ୍ଲା ରାଇକିଆ ଗସ୍ତ କରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ପ୍ରଥମେ ରାଇକିଆ ଠାରେ ପହଞ୍ଚି ଗମାଣ୍ଡି ଠାରେ ବିଦ୍ୟାଳୟ ପାଇଁ ନିରୂପଣ ହୋଇଥିବା ସ୍ଥାନରେ ଶିଳାନ୍ୟାସ କରିବା ସହ ସେଠାରେ ଆୟୋଜିତ ସଭାରେ ଯୋଗ ଦେଇ ଆବାସିକ ବିଦ୍ୟାଳୟ ଖୋଲିଲା ପରେ ଏହା କିପରି ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନରେ ସହାୟକ ହେବ ସେ ନେଇ କହିଥିଲେ। କାର୍ୟ୍ୟକ୍ରମରେ ଅତିଥି ଭାବେ ଟ୍ରାଇଫେଡ ଉପାଧ୍ୟକ୍ଷ ପବିତ୍ର କହଁର, ପୁର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଜଗନ୍ନାଥ ସାହୁ, ବିଧାୟକ ପ୍ରତିନିଧି ସୁଶିଲ ଦିଗାଲ, ମାଣିକେଶ୍ଵର ସରପଞ୍ଚ, ରାଇକିଆ ବିଡିଓ ଶରତ ପାତ୍ର, ତହସିଲଦାର ଅକ୍ଷୟ ପାଣି ଉଡୁ ଉପସ୍ଥିତ ଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories