www.samajalive.in
Saturday, December 6, 2025
26.1 C
Bhubaneswar

ବ୍ଳାଷ୍ଟିଙ୍ଗ୍ ସମସ୍ୟାର ସମାଧାନ ନୋହିଲା, ତ୍ରିପାକ୍ଷିକ ବୈଠକ ବିଫଳ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଖିଣ୍ଡା ପଞ୍ଚାୟତ ରେ ପ୍ରତିଷ୍ଠିତ ଏନଏଲସି କମ୍ପାନୀର ତଲାବିରା (୨) ଓ (୩) କୋଇଲା ଖଣିରେ କୋଇଲା ଖନନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ଳାଷ୍ଟିଙ୍ଗ୍ ଯୋଗୁଁ ଅଞ୍ଚଳର ଅନେକ ଘର ଦ୍ବାର କ୍ଷତିଗ୍ରସ୍ତ ହୋଇ ପରିବେଶ ଥରହର ହୋଇ ଉଠୁଥିବାର ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଗତ ଦିନରେ କ୍ଷତିଗ୍ରସ୍ତ ଲୋକେ କମ୍ପାନୀର ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ କରିଥିଲେ। ଆଜି ଏହାର ସମାଧାନ ପାଇଁ ରେଙ୍ଗାଲି ତହସିଲଦାର ବେର୍ସିଆସ୍ ଡୁଙ୍ଗଡୁଙ୍ଗ, ଠେଲକୋଲୋଇ ଆଇଆଇସି ବିଭୂତିଭୂଷଣ ଦଲାଇ, ଏନ୍ ଏଲ ସି ଓ ଅଦାନି କମ୍ପାନୀର ଅଧିକାରୀ ଖିଣ୍ଡା ପଞ୍ଚାୟତକୁ ଆସି ସରପଞ୍ଚ ସନ୍ଧ୍ୟାରାଣୀ ପଧାନ, ବାବୁଲୁ ରାଉତ, ରୁଦ୍ର ପ୍ରଧାନ, କୃପା ବୁଧିଆ,ପ୍ୟାରି ବୁଧିଆ,ଦୁର୍ଗା ଭୋଇ ପ୍ରମୁଖ ଗ୍ରାମବାସୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରି ଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରି ନାହିଁ। ଜିଲ୍ଳାପାଳଙ୍କ ଉପସ୍ଥିତିରେ ଏହି ସମସ୍ୟାର ସମାଧାନ ପାଇଁ ବୈଠକ ଆୟୋଜନ କରାଯାଉ ବୋଲି ବୈଠକ ରେ ଗ୍ରାମବାସୀ ଜିଦରେ ଅଟଳ ରହିଥିବା ଜଣାପଡିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories