www.samajalive.in
Monday, December 15, 2025
24.1 C
Bhubaneswar

ରୁଷ୍‌ରେ ପୁଣି ଡ୍ରୋନ ଆକ୍ରମଣ; ଏକାଧିକ ଅଟ୍ଟାଳିକା କ୍ଷତିଗ୍ରସ୍ତ

ମସ୍କୋ: ରୁଷ୍‌-ୟୁକ୍ରେନ ଯୁଦ୍ଧ ପ୍ରାୟ ବର୍ଷେରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଛି। ଏହି ଦୁଇ ଦେଶ ଲଗାତାର ଭାବରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଇତି ମଧ୍ୟରେ ରୁଷ୍‌ର ରାଜଧାନୀ ମସ୍କୋରେ ପୁଣି ଡ୍ରୋନ ଆକ୍ରମଣ ହୋଇଛି। କିଛିଦିନ ପୂର୍ବରୁ ରୁଷ୍‌ର ରାଷ୍ଟ୍ରପତି ଭବନ କ୍ରେମଲିନର ଗମ୍ବୁଜ ଉପରେ ଡ୍ରୋନ୍‌ କ୍ରାସ୍‌ ହୋଇଥିବା ବେଳେ ଏବେ ପୁଣି ଏକାଧିକ ଡ୍ରୋନ୍‌ ଦ୍ବାରା ଆକ୍ରମଣ କରାଯାଇଛି। ତେବେ କିଏ ଏହି ଆକ୍ରମଣ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ମସ୍କୋ ମେୟର ସର୍ଗେଇ ସୋବୟାନିନ କହିଛନ୍ତି ଯେ, ମଙ୍ଗଳବାର ସକାଳେ ମସ୍କୋରେ ଡ୍ରୋନ୍ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଅନେକ ଅଟ୍ଟାଳିକା ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଆଶ୍ବସ୍ତିକର କଥା ହେଉଛି, ଏହି ଆକ୍ରମଣରେ କେହି ଗୁରୁତର ଆହତ ହୋଇନାହାନ୍ତି।

- Advertisement -

ମେୟର କହିଛନ୍ତି, ଏହି ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଦୁଇଟି ବିଲ୍ଡିଂର ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ସହରର ସମସ୍ତ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ଉପଲବ୍ଧ ଅଛି। ଏଥିସହ ରୁଷର ଏକ ନ୍ୟୁଜ୍ ଏଜେନ୍ସି କହିଛି ଯେ, ସହରର ଦକ୍ଷିଣରେ ଥିବା ମସ୍କୋର ଏକ ବିଲ୍ଡିଂରେ ଉପସ୍ଥିତ ଥିବା କିଛି ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ମସ୍କୋ ଗଭର୍ଣ୍ଣର ଆଣ୍ଡ୍ରେଇ ଭୋରୋବ୍ୟୋଭ ମଧ୍ୟ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମସ୍କୋ ଉପରେ ଏକାଧିକ ଡ୍ରୋନ୍ ଆକ୍ରମଣ କରାଯାଇଥିଲା, ଯାହାକୁ ଗୁଳି କରି ଖସାଇ ଦିଆଯାଇଛି। ଡ୍ରୋନ୍ ଆକ୍ରମଣ କିଏ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷେ, ରୁଷର କେତେକ ଚ୍ୟାନେଲ ଅନୁଯାୟୀ, ମସ୍କୋର ବାହ୍ୟ ଅଞ୍ଚଳରେ ୪ରୁ ୧୦ଟି ଡ୍ରୋନ୍‌କୁ ଗୁଳି କରି ଖସାଯାଇଛି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories