ଭୁବନେଶ୍ୱର : ୨୦୨୩-୨୪ ଶିକ୍ଷାବର୍ଷରୁ +୨ ସିଟ୍ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ହୋଇଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି। ମାଟ୍ରିକ ପରୀକ୍ଷାରେ ସଫଳତା ହାର ଅଧିକ ଥିବାରୁ ସିଟ୍ ବଢିବ। ଆବଶ୍ୟକତାକୁ ଦେଖି ସିଟ୍ ବଢାଇବାକୁ ବିଭାଗ ପକ୍ଷରୁ ସୂଚନା ମିଳିଛି। ୧୦୬ଟି ନୂତନ ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବାକୁ ଘୋଷଣା କରାଯିବା ସହ ୧୦୬ ଅପଗ୍ରେଡେଡ୍ ଉଚ୍ଚ ମାଧ୍ୟମିକ ସ୍କୁଲରେ ୧୩ ହଜାର ସିଟ୍ ରହିବ ବୋଲି ସୂଚନା ମିଳିଛି।
Popular Categories



