www.samajalive.in
Monday, December 15, 2025
24.1 C
Bhubaneswar

ବୌଦ୍ଧ ଖାଉଟି ଅଦାଲତର ଷ୍ଟେନୋଙ୍କୁ ୩ ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ: ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନସ ଜଜ ସମର ବିଳାସ ବେହେରା ସୋମବାର ଏକ ଲାଞ୍ଚନେବା ମାମଲାର ବିଚାର କରି ବୌଦ୍ଧ ଖାଉଟି ଅଦାଲତର ଷ୍ଟେନୋ ଅଭିଯୁକ୍ତ ମନ୍ମଥ ଗଡନାୟକଙ୍କୁ ୩ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି। ମାମଲାରୁ ପ୍ରକାଶ ଯେ, ବୌଦ୍ଧ ଜିଲାର ଜାମପାଲି ଗ୍ରାମର ସତ୍ୟ ପ୍ରଧାନ ନିଜର ଘରର ବିଦ୍ୟୁତ ବିଲ ରେଗୁଲାର ପୈଠ କରୁଥିଲେ ମଧ୍ୟ ବିଦ୍ୟୁତ ବିଭାଗ ପକ୍ଷରୁ ୪୧ ହଜାର ଟଙ୍କା ଫାଇନ କରିଥିଲେ ।

ଏହି ଟଙ୍କା ବିଦ୍ୟୁତ ବିଭାଗ ମନଇଛା ପକାଇଥିବାରୁ ଏଥିରୁ ମୁକ୍ତି ପାଇବାକୁ ଶ୍ରୀ ପ୍ରଧାନ ଖାଉଟି ଅଦାଲତର ଷ୍ଟେନୋ ମନ୍ମଥ ଗଡନାୟକଙ୍କୁ କହିବା ସହ ଏକ ମାମଲା ରୁଜୁ କରିବାକୁ କହିଥିଲେ। ମାମଲା କରିବାକୁ ଷ୍ଟେନୋ ଶ୍ରୀଗଡନାୟକ ତାଙ୍କୁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସତ୍ୟ ପ୍ରଧାନ ଭିଜିଲାନସର ଦ୍ୱାରସ୍ଥ ହୋଇଥିଲେ। ଗତ ୧୮.୩. ୨୦୨୯ରେ ଷ୍ଟେନୋ ଶ୍ରୀ ଗଡନାୟକ ୩୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନସ ହାତରେ ଧରାପଡିଥିଲେ।

- Advertisement -

ଏନେଇ ଭିଜିଲାନସ ପକ୍ଷରୁ ଏକ ମାମଲା ୬/୨୦୧୯ ରେ ରୁଜୁ କରି ଅଭିଯୁକ୍ତକୁ ବିଚାର ପାଇଁ କୋର୍ଟକୁ ପଠାଇଥିଲେ। ପରବର୍ତ୍ତୀ ସମୟରେ ମାମଲାଟି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନସ ଜଜଙ୍କ ଅଦାଲତରେ ବିଚାର ହୋଇଥିଲା। ମାମଲାରେ ୧୦ଜଣ ସାକ୍ଷୀଙ୍କ ବୟାନକୁ ଭିତିକରି ଅଦାଲତ ସୋମବାର ଅଭିଯୁକ୍ତ ଷ୍ଟେନୋ ଶ୍ରୀ ଗଡାନାୟକଙ୍କୁ ୩ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି। ଯଦି ଜୋରିମୋନା ଅର୍ଥ ଅନାଦେୟ ହୁଏ ତେବେ ଆହୁରୀ ଅଧିକ ୩ ମାସ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ଭିଜିଲାନସ ପିପି ଭି. ଭି.ରାମଦାସ ପରିଚାଳନା କରୁଥିଲେ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories