ବିଲୁପ୍ତପ୍ରାୟ ଶାଳିଆପତିନି ଉଦ୍ଧାର
ପାଟଣା:କେନ୍ଦୁଝର ଜିଲା ସାହାରପଡା ବ୍ଲକ ଅନ୍ତର୍ଗତ କପୁଣ୍ଡି ଗ୍ରାମରେ ଥିବା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ପାଖରୁ ଏସିଆ ମହାଦେଶରୁ ବିଲୁପ୍ତପ୍ରାୟ ଏସିଆନ ପାମସିଭେଟ ବା ଶାଳିଆପତିନି ଉଦ୍ଧାର ହୋଇଛି । କପୁଣ୍ଡି ଗ୍ରାମର ଚିନ୍ତାମଣି ପାତ୍ର ଏହି କସ୍ତୁରୀ ବିଲେଇ ବା ଶାଳିଆପତିନିକୁ ଦେଖିବା ପରେ ସମିତି ସଭ୍ୟ ବିଜୟ କୁମାର ପଇଦାଙ୍କୁ ଖବର ଦେଇଥିଲେ।
ସମିତି ସଭ୍ୟ ଶ୍ରୀ ପଇଦା ସେଠାରେ ପହଞ୍ଚି ବଡ଼ ମୂଷା ଭଳି ଅଙ୍ଗ ଥିବା ଏହି ବଡ଼ ଏସିଆନ ପାମସିଭେଟ ବା ଏସିଆର ତାଳ କସ୍ତୁରୀ ବିଲେଇ ବା ଶାଳିଆପତିନିକୁ ଦେଖିବାକୁ ପାଇଥିଲେ । ଏନେଇ ପାଟଣା ବନାଞ୍ଚଳ ଅଧିକାରୀ ଘାସିନାଥ ପାତ୍ରଙ୍କୁ ସୂଚନା ଦେଲାପରେ ପାଟଣା ବନାଞ୍ଚଳ ଅଧିକାରୀଙ୍କ ନିର୍ଦେଶ କ୍ରମେ ବନ ବିଭାଗ ପାରା କର୍ମଚାରୀ ଆସି ଏହି ତାଳକସ୍ତୁରୀ ବିଲେଇ ବା ଶାଳିଆପତନିଟିକୁ ଉଦ୍ଧାର କରିଥିଲେ ଏବଂ ଏହାପରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଦେଇଥିଲେ।
Comments are closed.