www.samajalive.in
Monday, December 15, 2025
24.1 C
Bhubaneswar

ରେଙ୍ଗାଲିରେ ବ୍ଳକ୍ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର

ରେଙ୍ଗାଲି :  ରେଙ୍ଗାଲି ବ୍ଳକ୍ ପରିସରରେ ସୋମବାର  ଜିଲ୍ଲାପାଳଙ୍କ ବ୍ଳକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା ଜିଲ୍ଲାପଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ହୋଇଥିଲେ ମଧ୍ୟ ସମ୍ବଲପୁର ଜିଲ୍ଲାପାଳ ଶୁଣାଣି ଶିବିରକୁ ଆସି ନଥିଲେ । ଜିଲ୍ଲା ଅରକ୍ଷୀ ଅଧିକ୍ଷକ ମଧ୍ୟ ଅନୁପସ୍ଥିତ ଥିଲେ। ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଷଦର ନିର୍ବାହୀ ଅଧିକାରୀ ମହେନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣୀ ପରିଚାଳିତ ହୋଇଥିଲା।

ଏହି ଶିବିର ରେ ମୋଟ ୩୧ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୨୬ଟି ବ୍ୟକ୍ତିଗତ ସମସ୍ୟା ଉପରେ ଆଧାରିତ ଅଭିଯୋଗ ଥିବା ବେଳେ ଏବଂ ୫ ଟି ସାମୁହିକ ସମସ୍ୟା ଉପରେ ଆଧାରିତ ଅଭିଯୋଗ ଥିଲା । ଅଭିଯୋଗ ଗୁଡିକର ଅନୁଧ୍ୟାନ କରି ସଂପୃକ୍ତ ବିଭାଗର ଅଧିକାରୀ ମାନଙ୍କୁ ଏହାର ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସାମୂହିକ ସମସ୍ୟା ମଧ୍ୟରେ ଖିଣ୍ଡା ପଞ୍ଚାୟତରେ ପ୍ରତିଷ୍ଠିତ ଏନ୍ଏଲସି କୋଇଲା ଖଣି ଯୋଗୁଁ ବିସ୍ଥାପିତ ହୋଇଥିବା ପରିବାର ଗୁଡିକର ସମସ୍ୟାର ପ୍ରତିକାର ହେଉ ନାହିଁ ।  ଏଦିଗରେ ହସ୍ତକ୍ଷେପ କରି ଶୀଘ୍ର ସମଧାନ କରିବାକୁ ବାବଲୁ ରାଉତ, ତରୁଣ ବୁଧିଆ, ଲକ୍ଷ୍ମଣ ବୁଧିଆ ପ୍ରମୁଖଙ୍କ ନେତୃତ୍ୱରେ ବିସ୍ଥାପିତ ପରିବାରଙ୍କ ଏକ ପ୍ରତିନିଧି ଦଳ ଜନଶୁଣାଣିକୁ ଆସି ଫେରାଦ ହୋଇ ୩ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହା ବ୍ୟତୀତ ଜମିବାଡି ସମସ୍ୟା, ଆବାସ ଯୋଜନାରେ ଘର ଯୋଗାଇ ଦେବା । ବାର୍ଦ୍ଧକ୍ୟ ଭତ୍ତା, ବିଧାବ ଭତ୍ତା, ଭିନ୍ନକ୍ଷମ ଭତ୍ତା ଯୋଗାଇ ଦେବା ପାଇଁ ଜନଶୁଣାଣିର ଦ୍ବାରସ୍ତ ହୋଇଥିଲେ। ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ଶିବିରରେ ଯୋଗ ଦେବେ ବୋଲି ଲୋକେ ଆଶା ରଖି ଥିଲେ । କିନ୍ତୁ ଉଭୟେ ଅନୁପସ୍ଥିତି ଥିବାରୁ ଲୋକେ ନିରାଶ ହୋଇଥିବା  ପରିଲକ୍ଷିତ ହୋଇଥିଲା।
ଶିବରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପୂର୍ଣଚନ୍ଦ୍ର ସାହୁ ରେଙ୍ଗାଲି ବିଡିଓ କୃଷ୍ନଚନ୍ଦ୍ର ଦଳପତି, ତହସିଲଦାର ବେର୍ସିଆସ୍ ଡୁଙ୍ଗୁଡୁଙ୍ଗ୍ ପ୍ରମୁଖ ବିଭିନ୍ନ ବିଭାଗର ଜିଲ୍ଲା ଏବଂ ବ୍ଳକ୍ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories