www.samajalive.in
Sunday, December 14, 2025
23.1 C
Bhubaneswar

ବ୍ୟବସାୟ ପ୍ରତିଷ୍ଠାନ ଉପରେ ଜିଏସଟି ଚଢଉ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହର ପୁରାନିବସ୍ତି ମେନରୋଡ଼ ସ୍ଥିତ ମେସର୍ସ ଦିଲୀପ କୁମାର ଅଗ୍ରୱାଲଙ୍କ ବ୍ୟବସାୟ ପ୍ରତିଷ୍ଠାନ ତ୍ରିମୁର୍ତ୍ତି ଏଣ୍ଟର ପ୍ରାଇଜେସ ଓ ବଙ୍ଗମୁଣ୍ଡା ରାସ୍ତା ମଶାଣି ନିକଟ ଗୋଦାମରେ ଏକକାଳୀନ ବଲାଙ୍ଗୀର ପ୍ରବର୍ତ୍ତନ ଶାଖା ବାଣିଜ୍ୟ ଓ ଦ୍ରବ୍ୟ କର ଏନଫୋର୍ସମେଣ୍ଟ ପକ୍ଷରୁ ଚଢଉ କରାଯାଇଛି । ୧୨ଜଣିଆ ଟିମ ଟିକସ ଫାଙ୍କିବା ତଥା ମାର୍କେଟ ଇମ୍ପୁଟ ଡାଟା ସଂଗ୍ରହ ତଥ୍ୟକୁ ନେଇ ପତ୍ରିଷ୍ଠାନରେ ବିକ୍ରୟ କରାଯାଉଥିବା ସାନିଟାରୀ ସାମଗ୍ରୀ, ଟାଇଲ, ଓଜନ ମାପ ଇଲୋକ୍ଟ୍ରୋନିକ ଯନ୍ତ୍ରାଂଶର ଷ୍ଟକ ଯାଞ୍ଚ କରିଛନ୍ତି । ଏହି ଯାଞ୍ଚ ପ୍ରକ୍ରିୟା ମଧ୍ୟାହ୍ନ ୧୧ଟାରୁ ଆରମ୍ଭ ହୋଇ ରାତି ପ୍ରାୟ ୧୦ପର୍ଯ୍ୟନ୍ତ ଚାଲିଥିଲା ବୋଲି ଉପ କମିଶନର ପ୍ରବର୍ତ୍ତନ ଶାଖା ବଲାଙ୍ଗୀର କିଶୋର ମେହେର ସୂଚନା ଦେଇଛନ୍ତି। ତ୍ରିମୁର୍ତ୍ତି ଏଣ୍ଟର ପ୍ରାଇଜେସକୁ ସମନ ଜାରି କରି ଲାପଟପ୍, କମ୍ପ୍ୟୁଟର, ଆନୁସଙ୍ଗିକ କାଗଜ ପତ୍ର ରସିଦ ବହି ଇତ୍ୟାଦି ଜବତ କରିବା ସହ, ଯାଞ୍ଚ ସାରିବା ପରେ ବଲାଙ୍ଗୀର କାର୍ଯ୍ୟାଳୟରେ ହାଜର ହେବାପାଇଁ ନୋଟିସ ଦେଇଛନ୍ତି। ତାଙ୍କର ସମସ୍ତ କ୍ରୟ ଓ ବିକ୍ରୟ କାଗଜାତ ଦେଖାଇବା ପରେ, ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବାଣିଜ୍ୟ ଓ ଦ୍ରବ୍ୟ  ସେବାକର ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ଏହି ଚଢଉରେ ଉପ କମିଶନର କିଶୋର ମେହେରଙ୍କ ନେତୃତ୍ୱରେ ପ୍ରମୁଖ ଅଧିକାରୀ ଗଣ  ରାଜେନ୍ଦ୍ର ନାଏକ, ଜିତେନ୍ଦ୍ରିୟ ବାଗ, କ୍ଷୀରୋଦ ମାଝୀ, ଶରତ ଚନ୍ଦ୍ର ସେଠ ୬ଜଣିଆ ବଲାଙ୍ଗୀର ପୁଲିସ ସାମିଲ ହୋଇଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories