www.samajalive.in
Monday, December 15, 2025
15.1 C
Bhubaneswar

ଆଗାମୀ ସାଧାରଣ ନିର୍ବାଚନ ଶାସକ ଦଳ ପାଇଁ ହେବକି ଏସିଡ ଟେଷ୍ଟ !

କେନ୍ଦୁଝରଗଡ଼ :  ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଶୂନ୍ୟ କେନ୍ଦୁଝର ଓ ସୁନ୍ଦରଗଡ ଜିଲାରୁ ପ୍ରତିନିଧିତ୍ୱ ସୁଯୋଗ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ନବୀନଙ୍କ ପଞ୍ଚମ ପାଳିରେ ତୃତୀୟଥର ପାଇଁ ହୋଇଥିବା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ପୂର୍ବରୁ ବିଭିନ୍ନ କାରଣରୁ ମନ୍ତ୍ରୀମଣ୍ଡଳରୁ ବାଦ୍‌‌ ପଡିଥିବା ମୟୁରଭଞ୍ଜ ଜିଲାର ସୁଦାମ ମାର୍ଣ୍ଡି ଓ ସୁନ୍ଦରଗଡ ଜିଲାର ସାରଦା ପ୍ରସାଦ ନାୟକଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍ଥା ପ୍ରକଟ କରି ନୂତନ କ୍ୟାବିନେଟରେ ସ୍ଥାନ ଦେଇଥିବା ବେଳେ କେନ୍ଦୁଝର ଜିଲା ନେତାଙ୍କୁ କ୍ୟାବିନେଟରେ ସାମିଲ ନକରିବା ଜିଲା ନେତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ନଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ନବୀନଙ୍କ ପଞ୍ଚମ ପାଳିରେ କେନ୍ଦୁଝର ଜିଲାରୁ ତେଲକୋଇ ବିଧାୟକ ଇଂ ପ୍ରେମାନନ୍ଦ ନାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍‌‌ ଦିଆଯାଇଥିଲା। ନବୀନଙ୍କ ପଞ୍ଚମ ପାଳିରେ ପଡୋଶୀ ମୟୁରଭଞ୍ଜ ଜିଲାରୁ ସୁଦାମ ମାର୍ଣ୍ଡିଙ୍କୁ ମନ୍ତ୍ରୀ କରାଯାଇଥିବା ବେଳେ ଦ୍ୱିତୀୟପାଳିରେ ଶ୍ରୀ ମାର୍ଣ୍ଡିଙ୍କୁ ବାଦ୍‌‌ ଦେଇ ମୟୁରଭଞ୍ଜ ଜିଲାରୁ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଗଲା। ପ୍ରେମାନନ୍ଦଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍‌‌ ଦେବାପରେ ନବୀନଙ୍କ ପଞ୍ଚମ ପାଳିର ଦ୍ୱିତୀୟ କ୍ୟାବିନେଟ୍‌‌ ସମ୍ପ୍ରସାରଣରେ କେନ୍ଦୁଝର ଜିଲାର ବରିଷ୍ଠ ନେତା ତଥା ୫ଥରର ବିଧାୟକ ଓ ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, ପାଟଣାର ଯୁବ ବିଧାୟକ ଜଗନ୍ନାଥ ନାଏକ କିମ୍ବା ଜିଲାର ପ୍ରଥମ ମହିଳା ବିଧାୟିକା ଚମ୍ପୁଆର ମିନାକ୍ଷୀ ମହାନ୍ତଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ନେଇ ଚର୍ଚ୍ଚା ଜୋର ଧରିଥିଲା। ଦ୍ୱିତୀୟପାଳିରେ କେନ୍ଦୁଝର ଜିଲା ବାଦ୍‌‌ ପଡିଥିବାରୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଆଦିବାସୀବହୁଳ ଅବିଭକ୍ତ କେନ୍ଦୁଝର ଜିଲାରୁ ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ୱର ସୁଯୋଗ ମିଳିବ ବୋଲି ଆଶା କରାଯାଉଥିଲା। ତେବେ ପୂର୍ବରୁ ବିଭିନ୍ନ କାରଣରୁ ମନ୍ତ୍ରୀମଣ୍ଡଳରୁ ବାଦ୍‌‌ ପଡିଥିବା ୩ମନ୍ତ୍ରୀଙ୍କୁ ପୁଣିଥରେ କ୍ୟାବିନେଟ୍‌‌ ମନ୍ତ୍ରୀ ଭାବେ ସୋମବାର ଶପଥ ପରେ କେନ୍ଦୁଝର ଜିଲା ନେତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ନଥିବା ପୁଣିଥରେ ପ୍ରମାଣିତ କରିଥିବା ନେଇ ରାଜନୀତି ମହଲରେ ଆଲୋଚ୍ୟର ବିଷୟ ହୋଇଛି।

- Advertisement -

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ଦଳର ବିପୁଳ ବିଜୟ ପରେ ମର୍ଯ୍ୟାଦାଜନକ ଜିଲାପରିଷଦ ସଭାପତି ପଦ ଅଣସଂରକ୍ଷିତ ଥାଇ ସୁଦ୍ଧା ରାଜନୈତିକ ଅଭିସନ୍ଧି ରଖି ଯେଭଳି ଭାବେ ଜଣେ ମହିଳାଙ୍କୁ ଏହି ପଦରେ ଆସୀନ କରାଗଲା ତାହା ପରବର୍ତ୍ତୀ ସମୟରେ ପୌର ନିର୍ବାଚନରେ ଦଳକୁ ଅନେକାଂଶରେ କ୍ଷତି ସହିବାକୁ ପଡିଥିଲା । ଫଳସ୍ୱରୂପ କେନ୍ଦୁଝରଗଡ ନଗରପାଳ ନିର୍ବାଚନରେ ଶାସକ ବିଜେଡି ପ୍ରାର୍ଥୀଙ୍କୁ ପରାଜୟର ମୁହଁ ଦେଖିବା ଭଳି ଘଟଣାକୁ ଜିଲା ବିଜେଡି ନେତାଏ ଆଜି ପର୍ଯ୍ୟନ୍ତ ଭୁଲି ପାରୁନାହାନ୍ତି । ଖଣି ଓ ଶିଳ୍ପବହୁଳ ଏହି ଜିଲାରୁ ରାଜ୍ୟ ଓ କେନ୍ଦ୍ର ରାଜକୋଷକୁ ସର୍ବାଧିକ ରାଜସ୍ୱ ସଂଗୃହୀତ ହେଉଥିଲେ ହେଁ ଏଠାକାର ମୂଳ ଅଧିବାସୀ ଆଜିବି ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା କାହାକୁ ଅଛପାନୁହେଁ । ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ ଖଣିବହୁଳ ଏହି ଜିଲାରେ ବୃହତ୍‌‌ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରାଯାଇ ଜିଲାରୁ ବେକାରୀ ଦୂରୀକରଣ ସହ ସାମାଜିକ ଓ ଆର୍ଥୀକ ଅଭିବୃଦ୍ଧି କେବଳ ନିର୍ବାଚନୀ ପ୍ରତିଶ୍ରୁତିରେ ସୀମିତ ରହିଯାଇଛି। ଏହାସତ୍ତ୍ବେ ଜିଲାର ଏକମାତ୍ର ଲୋକସଭା ସଦସ୍ୟ ପଦ ସମେତ ୬ବିଧାନସଭା ଆସନ ମଧ୍ୟରୁ ୫ଆସନରେ ଶାସକ ବିଜେଡି ଦଳର ୫ଜଣଙ୍କୁ ଜିଲାବାସୀ ବିଜୟୀ କରିଥିଲେ ହେଁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଜିଲାରୁ ପ୍ରତିନିଧିତ୍ୱ ସୁଯୋଗ ନମିଳିବା ଆଗାମୀ ସାଧାରଣ ନିର୍ବାଚନରେ ଦଳ ପାଇଁ ଏସିଡ ଟେଷ୍ଟ ହେବାନେଇ ଏବେଠାରୁ ଅବଗଣନା ଆରମ୍ଭ ହେବା ଦଳୀୟ ନେତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories