ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭଟାଙ୍ଗପଦର ଠାରେ ଶନିବାର ୫-ଟି ସଚିବ ଭି.କେ.ପାଣ୍ଡିଆନ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ୫-ଟି ସଚିବ ଭି.କେ.ପାଣ୍ଡିଆନ କଳାହାଣ୍ଡି ଜିଲ୍ଲାର ଦୁଇ ଦିନିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦେଇ ଶୁକ୍ରବାର ଭଟ୍ଟାଙ୍ଗପଦର ସ୍ଥିତ ଇକୋଟୁରିଜମ କମ୍ପ୍ଲେକ୍ସଠାରେ ରାତ୍ରୀ ଯାପନ କରିଥିଲେ। ଶନିବାର ସକାଳୁ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଭଟାଙ୍ଗପଦର ଠାରେ ୫-ଟି ସ୍କୁଲ ପରିଦର୍ଶନ ପରେ ବ୍ଲକର ୨୬ଗୋଟି ପଞ୍ଚାୟତର ସମସ୍ତ ମିଶନ ଶକ୍ତି ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଭ୍ୟା ଓ ଉପସ୍ଥିତ ସମସ୍ତ ଜନସାଧାରଣଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଭବାନୀପାଟଣାରୁ ଭଟ୍ଟାଙ୍ଗପଦର ଆର ଡ଼ି ରାସ୍ତା ଉନ୍ନତିକରଣ ସହ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଜିଲ୍ଲାପାଳଙ୍କୁ କହିଥିଲେ । ଭଟାଙ୍ଗପଦର ଠାରୁ ରାବଣଧରକୁ ଥିବା ଆରଡ଼ି ରାସ୍ତାକୁ ମୂଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯିବ ବୋଲି ଘୋଷଣା କରିଥିଲେ । ଭଟାଙ୍ଗପଦର ସ୍ଥିତ ୫-ଟି ସ୍କୁଲର ଉନ୍ନତି କରଣ ଦେଖି ସେ ଉଚ୍ଚ ପ୍ରଶଂସା କରିଥିଲେ ଓ ଭୂବନେଶ୍ବରରେ ବେସରକାରୀ ସ୍କୁଲ ମଧ୍ୟ ଏହି ସ୍କୁଲ ଭଳି ନୁହେଁ ବୋଲି ସେ କହିଥିଲେ। ବିଜୁ ସ୍ବାସ୍ଥ୍ୟ ଯୋଜନାରେ ମହିଳାମାନଙ୍କ ପାଇଁ କେତେ ଟଙ୍କା ଦିଆଯାଉଛି ବୋଲି ପଚାରିବାରୁ ସନ୍ତୋଷ ଜନକ ଉତ୍ତର ପାଇ ଖୁସି ବ୍ୟକ୍ତ କରିଥିଲେ । ଏଥିରେ ଅଞ୍ଚଳବାସୀଙ୍କ ୫-ଟି ସଚିବ ପାଣ୍ଡିଆନଙ୍କୁ ବିଭିନ୍ନ ସମସ୍ୟା ଉପରେ ଲିଖିତ ଆକାରରେ ଦୃଷ୍ଟିଗୋଚର କରିଥିଲେ । ଏନେଇ ସେ ଦୃଢ଼ ପ୍ରତିଶୃତି ଦେଇ ଆଠ ମାସ ଭିତରେ ସମସ୍ତ ସମସ୍ୟାର ସମାଧାନ କରିଯିବ ବୋଲି ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାସାଂସଦ ସୁଜିତ କୁମାର ସେଠ୍, କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଲାଞ୍ଜିଗଡ ବ୍ଳକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ-ସଭ୍ୟା, ଜିଲ୍ଲା ଓ ବ୍ଳକ ସ୍ତରୀୟ କର୍ମଚାରୀଙ୍କ ସମେତ ବିଜେଡି ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।
Comments are closed.