www.samajalive.in
Sunday, December 7, 2025
14.1 C
Bhubaneswar

ଜାପାନ, ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳୁ ଜାପାନ, ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆକୁ ତ୍ରିରାଷ୍ଟ୍ରିୟ ଗସ୍ତରେ ଯାଇଛନ୍ତି । ତାଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଆମନ୍ତ୍ରଣରେ ଜି-୭ ଶିଖର ସମ୍ବିଳନୀରେ ଅଂଶଗ୍ରହଣ କରିବେ। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା କହିଛନ୍ତି ଜି-୭ ଶିଖର ବୈଠକ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ମନୋନୀତ କରାଯାଇଛି । ସେଗୁଡ଼ିକ ମଧ୍ୟରେ ପରମାଣୁ ନିରସ୍ତ୍ରିକରଣ, ଅର୍ଥନୈତିକ ସାମର୍ଥ୍ୟ ଓ ସୁରକ୍ଷା, ଆଞ୍ଚଳିକ ପ୍ରସଙ୍ଗ, ଜଳବାୟୁ ଓ ଶକ୍ତି, ଖାଦ୍ୟ ଓ ସ୍ୱାସ୍ଥ୍ୟ ଏବଂ ବିକାଶ ରହିଛି । ଏହାବ୍ୟତୀତ ଆହୁରି ଅନେକ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇଛି । ସେଗୁଡ଼ିକ ହେଲା ଡିଜିଟାଇଜେସନ ଓ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ।
ବୈଦେଶିକ ସଚିବ କହିଛନ୍ତି ଭାରତ ହିରୋସିମାରେ ୩ଟି ଆନୁଷ୍ଠାନିକ ଅଧିବେଶନରେ ଭାଗ ନେବ। ଦୁଇଟି ଅଧିବେଶନ ୨୦ ତାରିଖରେ ହେବାକୁ ଥିବାବେଳେ ତୃତୀୟଟି ୨୧ତାରିଖରେ ହେବ। ପ୍ରଥମ ଅଧିବେଶନରେ ଖାଦ୍ୟ, ସ୍ୱାସ୍ଥ୍ୟ, ବିକାଶ ଓ ପୁରୁଷ-ମହିଳା ସମାନତା ବିଷୟ ସ୍ଥାନ ପାଇବ। ଦ୍ୱିତୀୟ ଅଧିବେଶନରେ ଜଳବାୟୁ, ଶକ୍ତି ଓ ପରିବେଶ ବିଷୟ ସ୍ଥାନ ପାଇବ । ତୃତୀୟ ଅଧିବେଶନରେ  ‘ଶାନ୍ତିପୂର୍ଣ୍ଣ, ସ୍ଥିର ଓ ସମୃଦ୍ଧ ବିଶ୍ୱଆଡକୁ ଅଗ୍ରସର’ ବିଷୟରେ ଆଲୋଚନା ହେବ।
ଜି-୭ ଶିଖର ବୈଠକରେ ଯୋଗଦେବା ସମୟରେ ପ୍ରଧାନମନ୍ତ୍ରୀ ଜି-୭ ନେତାମାନଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବେ। ଜାପାନ ମଧ୍ୟ ଅଷ୍ଟ୍ରେଲିଆ, ବ୍ରାଜିଲ, କମରୋସ, କୁକ୍‌‌ ଦ୍ୱୀପପୁଞ୍ଜ, ଇଣ୍ଡୋନେସିଆ, ଦକ୍ଷିଣକୋରିଆ ଓ ଭିଏତନାମ ଭଳି ଦେଶ ସମେତ ଜାତିସଂଘ ଏବଂ ବହୁ ଆନ୍ତର୍ଜାତିକ ସଂଗଠନକୁ ଆମନ୍ତ୍ରଣ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ହିରୋଶିମାଠାରେ ମହାତ୍ମା ଗାନ୍ଧୀଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେବେ । ବୈଦେଶିକ ସଚିବ କହିଛନ୍ତି ହିରୋଶିମାରେ ମଧ୍ୟ ଛଟଇଊ ନେତାମାନଙ୍କର ବୈଠକ ବସିବ। ଶ୍ରୀ କ୍ୱାତ୍ରା କହିଛନ୍ତି ଭାରତ ନିୟମିତ ଭାବେ ଏ-୭ ଶିଖର ବୈଠକରେ ଯୋଗଦେଉଥିବାରୁ ବିଶ୍ୱର ଶାନ୍ତି, ନିରାପତ୍ତା, ବିକାଶ ଓ ଜଳବାୟୁ ସମସ୍ୟାର ସମାଧାନ ଭଳି ଯେକୌଣସି ଚ୍ୟାଲେଞ୍ଜର ମୁକାବିଲାରେ ଭାରତ ଏକ ଭାଗିଦାର ହେବା ପ୍ରାୟତଃ ନିଶ୍ଚିତ ହୋଇଛି ।
ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ୨୧ ତାରିଖ ଦିନ ସଂଧ୍ୟାରେ ପପୁଆ ନିଉ ଗିନିର ପୋର୍ଟ ମୋରେସ୍‌‌ବିରେ ପହଞ୍ଚିବେ । ପପୁଆ ନିଉ ଗିନି ପ୍ରଧାନମନ୍ତ୍ରୀ ଜେମ୍‌‌ସ ମାରାପେଙ୍କ ସହ ମିଶି ସେ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ସହଯୋଗ ଫୋରମ୍‌‌ର ତୃତୀୟ ଶିଖର ବୈଠକକୁ ଉଦ୍‌‌ଘାଟନ କରିବେ। ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ସହଯୋଗ ଫୋରମ୍‌‌ରେ ଭାରତ ସମେତ ୧୪ଟି ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ସଦସ୍ୟ ଅଛନ୍ତି । ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପପୁଆ ନିଉ ଗିନିକୁ ଏହା ପ୍ରଥମ ଗସ୍ତ ହେବ।
ପ୍ରଧାନମନ୍ତ୍ରୀ ପପୁଆ ନିଉ ଗିନିରେ ଦ୍ୱୀପକ୍ଷୀୟ କଥାବାର୍ତ୍ତା କରିବେ। ସେ ପପୁଆ ନିଉ ଗିନି ଗଭର୍ଣ୍ଣର ଜେନେରାଲ ବବ୍‌‌ ଦାଦାଏ ଓ ପ୍ରଧାନମନ୍ତ୍ରୀ ଜେମ୍‌‌ସ ମାରାପେଙ୍କ ସହ ବୈଠକରେ ଯୋଗଦେବେ। ସେ ମଧ୍ୟ ଫିଜି ପ୍ରଧାନମନ୍ତ୍ରୀ ସିତିବେନି ରବୁକା ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିସ୍‌‌ ହିପ୍‌‌କିନ୍‌‌ସଙ୍କ ସହ ଦ୍ୱୀପକ୍ଷୀୟ କଥାବାର୍ତ୍ତା କରିବେ।
ସେହିଦିନ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ସିଡ୍‌‌ନୀ ଯାତ୍ରା କରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌‌ବାନିଜ୍‌‌ଙ୍କ ସହ ଦ୍ୱୀପକ୍ଷୀୟ କଥାବାର୍ତ୍ତା କରିବେ। ସେ ମଧ୍ୟ ଅଷ୍ଟ୍ରେଲିଆ ଗଭର୍ଣ୍ଣର ଜେନେରାଲ ଡାଭିଡ୍‌‌ ହର୍‌‌ଲେଙ୍କୁ ସାକ୍ଷାତ୍‌‌ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦୀ ଅଷ୍ଟ୍ରେଲିଆର ସି.ଇ.ଓ ଏବଂ ଉଦ୍ୟୋଗିପତିମାନଙ୍କ ସହ ବାର୍ତ୍ତାଳାପ କରିବେ ଓ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍‌‌ବୋଧନ ଦେବେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories