ବୌଦ୍ଧ : ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ରଞ୍ଜନ ବିଶ୍ୱାଳ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବାଉଁଶୁଣୀ ଏବଂ ମନମୁଣ୍ଡା ସରକାରୀ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀ ଓ ସମ୍ପର୍କୀୟ ଠାରୁ ନିରାମୟ କେନ୍ଦ୍ର ସୁବିଧା ଓ ଅସୁବିଧା ସଂକ୍ରାନ୍ତରେ ପଚାରି ବୁଝିଛନ୍ତି । ଏହି ପରିଦର୍ଶନ ପାରେ ଉପସ୍ଥିତ ହସ୍ପିଟାଲ ଅଧକ୍ଷଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି ଏବଂ ନିରାମୟ କେନ୍ଦ୍ରକୁ ପ୍ରତିଦିନ ଆସୁଥିବା ରୋଗୀଙ୍କୁ କିପରି ଅଧିକ ସହଜ ଏବଂ ସୁବିଧା ଯୋଗାଇ ଦିଆଯିବ ସେ ବିଷୟରେ ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନିରାମୟ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ବହୁ ଗୁରୁତ୍ୱପୂର୍ଣ୍ଣ ଔଷଧ ମିଳୁଥିବାରୁ ଉପସ୍ଥିତ ରୋଗୀଙ୍କ ସମ୍ପର୍କୀୟ ଓଡିଶା ସରକାରଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି. ଏହି ପରିଦର୍ଶନ ଅବସରରେ ସ୍ଥାନୀୟ ଜନପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।
Comments are closed.