ଯୋଗ ନିରୋଗ ଓ ସମୃଦ୍ଧ ମାନବ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରେ
ଗୋପବନ୍ଧୁ ନର୍ସିିଂ କଲେଜରେ ପତଞ୍ଜଳି ଯୋଗ ଶିବିର
ଗୁରୁଡିଝାଟିଆ : ଭାରତର ସଂସ୍କାର, ସଂସ୍କୃତି ଓ ପରମ୍ପରା ଯେତିକି ମହାନ୍ ଯୋଗ ମଧ୍ୟ ସେତିକି ପ୍ରାଚୀନ। ଗୁରୁକୂଳ ପରମ୍ପରା ସହିତ ଯୋଗ ଅଙ୍ଗାଅଙ୍ଗି ଭାବରେ ଜଡିତ । ଯୋଗ ନିରୋଗ,ସୁସ୍ଥ ରଖିବା ସହ ସମୃଦ୍ଧ ମାନବ ସମ୍ବଳ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ତୁଳାଇଥାଏ। ଏପରିକି ମଣିଷକୁ ଶ୍ରେଷ୍ଠତ୍ୱ ଦିଗକୁ ବାଟ କଢାଇବାରେ ସହାୟକ ହୋଇଥାଏ ବୋଲି ପତଞ୍ଜଳି ଯୋଗ ପୀଠ ପକ୍ଷରୁ ମାଧବପୁରସ୍ଥିତ ଗୋପବନ୍ଧୁ ସେବିକା ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଯୋଗ ଶିବିରରେ ଲୋକ ସେବକ ମଣ୍ଡଳ ଓଡିଶା ଶାଖା ଅଧ୍ୟକ୍ଷ ତଥା ଜିମସାର ପରିଚଳାନା କମିଟି ଅଧ୍ୟକ୍ଷ ଓ ସମାଜର ସମ୍ପାଦକ ନିରଞ୍ଜନ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଶିବିରାର୍ଥୀ କହିଥିଲେ।
ପତଞ୍ଜଳି ଯୋଗପୀଠ ରାଜ୍ୟ ପ୍ରଭାରୀ ସୁଂଧାଶୁ ଅଧିକାରୀ, ରାଜ୍ୟ ସହ ପ୍ରଭାରୀ ସୁନିଲ ଶର୍ମା ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ଯୋଗ ପ୍ରଶିକ୍ଷଣ ଦେବା ସହିତ ତାହାର ଉପକାରିତା ସଂପର୍କରେ ବିଶଦ ଭାବରେ ବୁଝାଇବା ସହିତ ଜୀବନଶୈଳୀକୁ ପରିବର୍ତ୍ତିତ କରି ଭଲ ଓ ନରୋଗ ମଣିଷ କରିବାରେ ଯୋଗର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଜିମସାରର ପ୍ରକଳ୍ପ ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ର ,ନର୍ସିଂ କଲେଜର ଅଧ୍ୟକ୍ଷ ନିଧିନ ଏଲିୟସ୍,କାର୍ଯ୍ୟକାରୀ ଅଧ୍ୟକ୍ଷ ଏଡୱିନ୍ ଆନନ୍ଦ, ପତଞ୍ଜଳି ଯୋଗପୀଠର ତାଲୁକ ପ୍ରଭାରୀ ନିଗମାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିବାରେ ସକ୍ରିୟ ସହଯୋଗ କରିଥିଲେ।
Comments are closed.