ପରିବେଶ ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା

ସମ୍ବଲପୁର  : ସମ୍ବଲପୁରର ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ସ୍ୱାଧିନତା ସଂଗ୍ରାମୀ ସ୍ମୃତି ଭବନ ଠାରେ ପରିବେଶ ଦିବସ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ସାଂସ୍କୃତିକ ସମାଜର ବରିଷ୍ଠ ସଦସ୍ୟ ଅରବିନ୍ଦ ମହାପାତ୍ର ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ସଭାପତି ଅଶୋକ କୁମାର ମିଶ୍ର ଏଥିରେ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିଲେ । ୨ଟି ବର୍ଗରେ ହୋଇଥିବା ଏହି ପ୍ରତିଯୋଗିତାରେ ସମ୍ବଲପୁରର ବିଭିନ୍ନ ବିଦ୍ୟାଳୟରୁ ସମୁଦାୟ ୨୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। କନିଷ୍ଠ ବର୍ଗରେ ବିକାଶ କନସେପ୍ଟ ସ୍କୁଲର ଅନନ୍ୟା ପତି ପ୍ରଥମ, ଚନ୍ଦ୍ରଶେଖ ବେହେରା ଜିଲା ସ୍କୁଲର ଆଦିତ୍ୟ କୁମାର ସାହୁ ଦ୍ୱିତୀୟ ଓ ସେଭେନ ହିଲ୍ସ ରେସିଡେନସିଆଲ ସ୍କୁଲର ମୃଣ୍ମୟୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବରିଷ୍ଠ ବର୍ଗରେ ବାଲିବନ୍ଧା ବାଳିକା ଉଚ୍ଚ ବିଦ୍ୟାଳୟର ସୀମା ଖାତୁନ ପ୍ରଥମ, ବିକାଶ ଦି କନସେପ୍ଟ ସ୍କୁଲର ଆକାଂକ୍ଷା ବେହେରା ଦ୍ୱିତୀୟ ଓ ଅରବିନ୍ଦ ସ୍କୁଲର ଶ୍ରଦ୍ଧା ସ୍ମିତା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଡ. ଗୌରୀଦାସ ପ୍ରଧାନ, ଡ. ଗୋବିନ୍ଦ ମହାରଣା, ଶାନ୍ତିଲତା ଦାଶ, ଡ. ସତ୍ୟନାରାୟଣ ଠାକୁର, ପ୍ରଶାନ୍ତ ପାଟ୍ଟଯୋଶୀ ପ୍ରମୁଖ ପ୍ରତିଯୋଗିତାରେ ବିଚାରକ ଦାୟିତ୍ୱ ତୁଲାଇଥିଲେ। ଦୀନବନ୍ଧୁ ପଣ୍ଡା, ଶିବ ନାରାୟଣ ପାଣିଗ୍ରାହୀ, ପ୍ରଫୁଲ୍ଲ ହୋତା, ଲଳିତ ମୋହନ ବେବର୍ତ୍ତା, ସୁର୍ଯ୍ୟ ପାଣିଗ୍ରାହୀ, ଡ. ପରେଶ ଚନ୍ଦ୍ର ଦାନୀ, ବିରାଜ ମିଶ୍ର ପ୍ରମୁଖ ସକ୍ରିୟ ସହାୟତା କରିଥିଲେ। ଶେଷରେ ପରିବେଶ ଉପସମିତିର ଆବାହକ ଦିଲୀପ କୁମାର ବଘାର ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ଜୁନ ୫ ତାରିଖରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ପରିବେଶ ଦିବସ ଉତ୍ସବରେ ଏହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ।

Comments are closed.