ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଧର୍ମଗଡ ଉପଖଣ୍ଡ କୁମ୍ଭାର ସମାଜରୁ ବାସନ୍ଦ ସଦସ୍ୟ
କଲମପୁର : ସମାଜ ମଧ୍ୟରେ ବିଶୃଙ୍ଖଳିତ ଆଚରଣ, ସାମନ୍ତରାଳ ଭାବେ ଅନ୍ୟ ଏକ ଜିଲ୍ଲା ସଂଗଠନ କରି ମଦ ପିଇ ଧର୍ମଗଡ ଉପଖଣ୍ଡ କୁମ୍ଭାର ସମାଜ ସଂଗଠନର ବିରୁଦ୍ଧାଚରଣ କରୁଥିବା ଅଭିଯୋଗ ନେଇ କଲମପୁର, ଧନପୁର, ହାବସପରୁ, ଘୋଲିଜୁବା କଲିଆକୁଣ୍ଡଳ ଆଦି ଗ୍ରାମର ପ୍ରମୁଖ ୯ ଜଣ ସଦସ୍ୟଙ୍କ ସମେତ ଜିଲ୍ଲା ସଂଗଠନର କେଦାର ନାଥ ରଣାଙ୍କୁ ଧର୍ମଗଡ ଉପଖଣ୍ଡ କୁମ୍ଭାର ସମାଜରୁ ବାସନ୍ଦ କରାଯାଇଛି । ଏହାର ପ୍ରତିବାଦ କରି ସମ୍ପୃକ୍ତ ୯ ଜଣ ସଦସ୍ୟ କଲମପୁର ପୁଲିସ ଥାନାରେ ଧର୍ମଗଡ ଉପଖଣ୍ଡ କୁମ୍ଭାର ସମାଜର ସଭାପତି ପିତାମ୍ବର ରଣାଙ୍କ ବିରୋଧରେ ଏକ ଏତଲା ଦେଇଥିଲେ । ଧର୍ମଗଡ ଉପଖଣ୍ଡ ସଭାପତି ପିତମ୍ବର ରଣା କିଛି ବ୍ୟକ୍ତିଙ୍କ ସହଯୋଗରେ ଅନ୍ୟାୟ ଭାବେ ୯ ସଦସ୍ୟଙ୍କୁ ସମାଜରୁ ବାସନ୍ଦ କରିଥିବା ନେଇ ଅଭିଯୋଗ କରିଥିଲେ। ସମାଜରେ ଅତ୍ୟନ୍ତ ଗରିବ ପରିବାର ରହିଛନ୍ତି । କିନ୍ତୁ ଉପକଣ୍ଡ କୁମ୍ଭର ସମାଜ ତରଫରୁ ସମାଜର ଜରିମନା ବାବଦରେ ଉପଖଣ୍ଡ ସଭାପତି ଆର୍ଥିକ ଶୋଷଣ କରି ହଜାର ହଜାର ଟଙ୍କାର ଅର୍ଥ ଦଣ୍ଡ ବିଧାନ କରୁଛନ୍ତି । ଯାହା ଗରିବ ପରିବାରଙ୍କ ପ୍ରତି ଅନ୍ୟାୟ ହେଉଥିବା ନେଇ ସଦସ୍ୟ ମାନେ ଅଭିଯୋଗ କରିଛନ୍ତି । ଏହି ଏତଲା ପରେ ଗୁରୁବାର ଉଭୟ ପକ୍ଷର ଶତାଧିକ ସଦସ୍ୟଙ୍କ ଉପସ୍ଥିତିରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପାଇଁ ଧାର୍ଯ୍ୟ କରାଯାଇଥିଲା। ଦୀର୍ଘ ସମୟ ଧରି କଲମପୁର ଥାନା କାର୍ଯ୍ୟାଳୟରେ ଭାରପ୍ରାପ୍ତ ଥାନା ଅଧିକାରୀ ଯୁଗଳ ଶବରଙ୍କ ଉପସ୍ଥିତିରେ ଆପୋଷ ସମାଧାନ ପାଇଁ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଉଭୟ ପକ୍ଷ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ଆମର କେଉଁଠି ଭୁଲ ରହିଲା, କେବେ ଆମେ ବିଶୃଖଳିତ ଆଚରଣ କଲୁ ତାହା ସ୍ପଷ୍ଟ କରାଯାଉ। ଏହାସହ ଯଦି ଆମ ଦ୍ୱାରା କୌଣସି ତୃଟି ହେଲା ତେବେ ଆମକୁ ପ୍ରଥମତଃ ତାଗିଦ କରାନଯାଇ ଆମକୁ ସମାଜରୁ ସିଧା ସଳଖ ଅନ୍ୟାୟ ଭାବେ ବାସନ୍ଦ କରାଗଲା ଯାହା ଆମେ ସାମାଜିକ, ପାରିବାରିକ ଏବଂ ମାନସିକ ଭାବେ ଆଘାତ ପାଇଲୁ, ସମ୍ମାନ ହାନୀ ହେଲା ତେବେ ଏହାର ବିଚାର କିଭଳି କରାଯିବ ବୋଲି ପ୍ରଥମ ପକ୍ଷ ତରଫରୁ ଶିବ ପ୍ରସାଦ ରଣା ନିଜ ମତାମତ ଦେଇଥିବା ବେଳେ ବିଶୃଙ୍ଖଳିତ ଆଚରଣ କରିଥିବା ବ୍ୟକ୍ତି ବିଶେଷ ସେମାନଙ୍କ ତୃଟିକୁ ସୁଧାରିବା ନେଇ ଲେଖି ଜଣାଇଲେ ପୁନଃ ସେମାନଙ୍କୁ ସମାଜରେ ସାମିଲ କରିବୁ ବୋଲି ଧର୍ମଗଡ ଉପଖଣ୍ଡ କୁମ୍ଭାର ସମାଜର ସଭାପତି ପିତାମ୍ବର ରଣା ମତବ୍ୟକ୍ତ କରିଥିଲେ।
Comments are closed.