ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ପାଳିତ

ଭୁବନେଶ୍ୱର:ଆଜି ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବ ପାଳନ ଅବସରରେ ସଂଗ୍ରହାଳୟ ପରିଦର୍ଶନ କରିଥିବା ସମସ୍ତ ପରିଦର୍ଶକଙ୍କୁ ଫୁଲ ସହିତ ସ୍ୱାଗତ କରାଯିବା ସହ ଆଜି ଦିନର ମହତ୍ତ୍ୱ ସଂପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା।
ସନ୍ଧ୍ୟାରେ ସଂଗ୍ରହାଳୟ, ନିରନ୍ତରତା ଏବଂ କଲ୍ୟାଣ ଉପରେ ଆଧାରିତ ଚଳିତ ବର୍ଷର ବିଷୟବସ୍ତୁ ନେଇ ଏକ ପ୍ୟାନେଲ୍‌ ଆଲୋଚନାର ଆୟୋଜନ କରାଯାଇଥିଲା। ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ଇନ୍ଦ୍ରମଣିି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ ଅଂଶଗ୍ରହଣ କରି ଏସ୍‌ସିଏସ୍‌ଟିଆର୍‌ଟିଆଇର ପୂର୍ବତନ ଉପଦେଷ୍ଟା ତଥା ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ସଚିବ ପ୍ରଫେସର ଅଖିଳ ବିହାରୀ ଓତା, ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟର ବିବର୍ତ୍ତନ ଏବଂ ଏହାର ପ୍ରବର୍ତ୍ତିତ ବିଭିନ୍ନ ଡିଜିଟାଲ୍‌ ଟେକ୍ନୋଲୋଜି ଉପରେ ଆଲୋକପାତ କରିଥିଲେ। ୫୦୦୦ରୁ ଅଧିକ କିସମର କଳା ଏବଂ କଳାକୃତି ରହିଥିବା ରାଜ୍ୟ ସଂଗ୍ରହାଳୟର ସ୍ୱତନ୍ତ୍ରତା ଉପରେ ସେ ଆଲୋକପାତ କରିଥିଲେ। ବାଲେଶ୍ୱର ଏଫଏମ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଏନ.ସି ଦାଶ ଦେଶର ବିଭିନ୍ନ ସଂଗ୍ରହାଳୟ ଏବଂ ସମାଜର କଲ୍ୟାଣ ପାଇଁ ସଂଗ୍ରହାଳୟର ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ। ଏହି ଆଲୋଚନାରେ ଏସ୍‌ସିଏସ୍‌ଟିଆର୍‌ଟିଆଇ ଏବଂ ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟର ସମସ୍ତ କର୍ମଚାରୀ ଏବଂ ସମ୍ପୃକ୍ତ ଅଧିକାରୀ ଯୋଗ ଦେଇଥିଲେ।

kalyan agarbati

Comments are closed.