ମହାରାଜା ସାର୍ ବାସୁଦେବ ସୁଢ଼ଳଦେବଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ବାମଣ୍ଡାର ପୂର୍ବତନ ମହାରାଜା ସାର ବାସୁଦେବ ସୁଢ଼ଳଦେବଙ୍କ ୧୮୩ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ଭୁବନେଶ୍ୱର ଏଜି ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି।

prayash

ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ଅଧ୍ୟାପକ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ପ୍ରବୀର ମହାନ୍ତି, ସତ୍ୟବ୍ରତ ଜେନା, ନରେନ ସାହୁ, ଅନୁପମା ବେହେରା, କବ୍ୟୟତ୍ରୀ ଅନ୍ନଦା ମିଶ୍ର, ଜୟ ଓଡ଼ିଶା କର୍ମକର୍ତ୍ତା ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶିକ୍ଷାବିତ୍‌ କାମଦେବ ମହାପାତ୍ର କବିତା ଆବୃତ୍ତି କରିଥିଲେ।

ବକ୍ତାମାନେ ନିଜ ବକ୍ତବ୍ୟରେ ବାମଣ୍ଡାର ମହାରାଜା ଜଣେ ଗୁଣଗ୍ରାହୀ ଶାସକ ଭାବରେ କଳା, ସାହିତ୍ୟ, ସଂସ୍କୃତିର ବିକାଶ ସହ ନିଜ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନର ବ୍ୟବସ୍ଥା କରିବା ସହିତ ‘ସମ୍ବଲପୁରୀ ହିତୈଷିଣୀ’ ପତ୍ରିକା ପ୍ରକାଶନ କରୁଥିଲେ । ଓଡ଼ିଆ ଭାଷାର ପ୍ରଚାରପ୍ରସାର ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

kalyan agarbati

Comments are closed.