www.samajalive.in
Tuesday, December 9, 2025
26.1 C
Bhubaneswar

ପଶ୍ଚିମ ବଙ୍ଗ ବାଣ କାରଖାନାରେ ଭୟାନକ ବିସ୍ଫୋରଣ, ୭ ମୃତ

କଲକାତା: ପଶ୍ଚିମ ବଙ୍ଗରେ ବାଣ କାରଖାନାରେ ଭୟାନକ ବିସ୍ଫୋରଣ ଘଟି ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ପୂର୍ବ ମେଦିନିପୁର ଜିଲା ଏଗ୍ରା ଖାଦିକୁଲ ଗାଁରେ ଥିବା ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ବାଣତିଆରି ନାମରେ ସେଠାରେ ବୋମା ଭିଡ଼ା ଚାଲିଥିଲା।

ଅଭିଯୁକ୍ତ ବାଣ କାରଖାନାର ମାଲିକକୁ ଗତ ମାସରେ ଗିରଫ କରାଯାଇଥିଲା। ହେଲେ ଜାମିନରେ ଆସିବା ପରେ ସେ ପୁଣି ଥରେ ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଥିଲେ। ବାଣ ବିସ୍ଫୋରଣ ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିବାବେଳେ ୨ଟି ପୁଲିସ ଗାଡ଼ି ଭଙ୍ଗାରୁଜା କରାଯାଇଛି। କିଛି ପୁଲିସ କର୍ମଚାରୀଙ୍କୁ ଗୋଡ଼ାଇ ପିଟିଲେ ଲୋକେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିବାବେଳେ ବିଜେପି ପକ୍ଷରୁ ଏନଆଇଏ ତଦନ୍ତ ଦାବି କରିଛି।

- Advertisement -

ଜଣେ ପୁଲିସ ଅଧିକାରୀଙ୍କ କହିଛନ୍ତି ଯେ ଏହି ବିସ୍ଫୋରଣ ଏକ କୋଠା ଘର ଭିତରେ ହୋଇଛି। ଏଠାରେ ବେଆଇନ ଭାବେ ବାଣ ତିଆରି କାରଖାନା ଚାଲୁଥିଲା। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତମାସ ଏହି ବାଣ କାରଖାନା ଉପରେ ଚଢାଉ କରାଯାଇ ମାଲିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ହେଲେ କାର୍ଯ୍ୟାନୁଷ୍ଠାନ ପରେ ବି ସେଠାରେ ବାଣ ତିଆରି କରାଯାଉଥିଲା।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories